21.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶବିହାର ବିଧାନସଭା ନିର୍ବାଚନ; ତେଜସ୍ୱୀ ହେବେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା!

ବିହାର ବିଧାନସଭା ନିର୍ବାଚନ; ତେଜସ୍ୱୀ ହେବେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା!

ପାଟନା: ଆଗକୁ ବିହାର ବିଧାନସଭା ନିର୍ବାଚନ ରହିଥିବା ବେଳେ ଏହାକୁ ନେଇ ଏବେ ଠାରୁ ରାଜନୈତିକ ଦଳଗୁଡ଼ିକ ଅଣ୍ଟାଭିଡିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିରୋଧୀ ମେଣ୍ଟ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା କାହାକୁ କରାଯିବ ସେନେଇ ବିତର୍କ ଜୋର ଧରିଛି। ଇତିମଧ୍ୟରେ ଗତକାଲି ମହାମେଣ୍ଟର ବୈଠକ ମଧ୍ୟ ଅନୁଷ୍ଠିତ ହୋଇସାରିଛି। ବୈଠକରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ସେନେଇ ଯଦିଓ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ ମାତ୍ର ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବ ହେବା ଏକରକମ ଚୂଡାନ୍ତ ବୋଲି ଅନୁମାନ କରାଯାଉଛି। ତେଜସ୍ୱୀଙ୍କ ଦଳ ଆରଜେଡି ପକ୍ଷରୁ ମଧ୍ୟ ଏନେଇ ଖୋଲାଖୋଲି ଭାବେ ମତବ୍ୟକ୍ତ କରାଯାଉଛି।

ରିପୋର୍ଟ ଅନୁସାରେ ଆରଜେଡି ସାଂସଦ ମନୋଜ ଝା, ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି- ଯେମିତି ଆଗାମୀ ଦିନରେ ସୂର୍ଯ୍ୟ ଉଦୟ ହେବା ସୁନିଶ୍ଚିତ ସେମିତି ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଚେହେରା ହେବା ନିଶ୍ଚିତ। ବିହାର ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡକୁ ଥିବା ବେଳେ ଏବେ ଠାରୁ ନିର୍ବାଚନକୁ ନେଇ ରଣନୀତି ତିଆରି ଚାଲିଛି। ବିହାରରେ ଏବେ ଜେଡିୟୁ ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ କ୍ଷମତାରେ ରହିଥିବା ବେଳେ ନୂଆ ୱାକଫ୍ ଆଇନ୍ କିନ୍ତୁ ଏନ୍‌ଡିଏର ସବୁଗଣିତକୁ ବିଗାଡିଦେଇଛି। ମୁସଲିମ ଭୋଟରଙ୍କୁ ପ୍ରାଥମିକତା ଦେଇଆସୁଥିବା ମୁଖ୍ୟମନ୍ତ୍ରୀ ତଥା ଜେଡୟୁ ମୁଖ୍ୟ ନୀତୀଶ କୁମାର ଏବେ ଚାହିଁକରି ମଧ୍ୟ କିଛି ବି କରିପାରୁନାହାନ୍ତି। ତାଙ୍କ ଦଳର ଏକାଧିକ ମୁସଲିମ୍ ନେତା, ବିଧାୟକ, ମନ୍ତ୍ରୀ ଜଣକ ପରେ ଜଣେ ଅସନ୍ତୋଷ ବ୍ୟକ୍ତ କରି ଦଳ ଛାଡିବାରେ ଲାଗିଛନ୍ତି। ସିଧା ଅର୍ଥରେ କହିଲେ ମେଣ୍ଟ ଧର୍ମ ପାଳନ ପୂର୍ବକ କେନ୍ଦ୍ର ସରକାରଙ୍କ ନୂଆ ୱାକଫ୍ ଆଇନ୍‌କୁ ସମର୍ଥନ ଦେବା ଏବେ ନୀତୀଶ ଏବଂ ତାଙ୍କ ଦଳ ଆରଜେଡି ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଅନ୍ୟପକ୍ଷେ ଏହାର ଫାଇଦା ଉଠାଇବାକୁ ଉଭୟ ଆରଜେଡି ଏବଂ କଂଗ୍ରେସ ମିଳିତ ଭାବେ ଅଣ୍ଟା ସଳଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking