ବିହାର : ବିହାର ବିଧାନସଭା ନିର୍ବାଚନକୁ ନେଇ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଆଜି ନିର୍ବାଚନ କମିଶନ ଦେଇପାରନ୍ତି । ଆଜି ଦିନ ସାଢେ ୧୨ଟାରେ ନିର୍ବାଚନ କମିଶନଙ୍କ ପ୍ରେସ୍ ମିଟ ହେବ । ଏହୀ ସମୟରେ ବିହାର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇପାରେ । ବିହାରର ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୯ ତାରିଖକୁ ଶେଷ ହେବାକୁ ଯାଉଛି । ତେବେ କରୋନା ମହାମାରୀ ସଂକ୍ରମଣକୁ ନେଇ ଏହି ନିର୍ବାଚନ ଅଳ୍ପ ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ୨୦୧୫ ମସିହାରେ ନିତିଶ କୁମାରଙ୍କ ଜେଡିୟୁ ପାର୍ଟି ଓ ଆରଜେଡି ପାର୍ଟି ନିର୍ବାଚନ ଲଢିଥିଲେ । ମାତ୍ର ଦୁଇ ବର୍ଷ ପରେ ଏହି ଗଣ୍ଠବନ୍ଧନ ଭାଙ୍ଗି ଯାଇଥିଲା । ଏହା ପରେ ଜେଡିୟୁ ଏବଂ ଭାଜପା ମିଶି ବିହାରରେ ସରକାର ତିଆରି କରିଥିଲେ ।