ନୂଆଦିଲ୍ଲୀ : ଅଭିନେତା କାମ୍ୟା ପଞ୍ଜାବୀ ରାଜନୀତିରେ ଯୋଗ ଦେଇ ଜୀବନରେ ତାଙ୍କର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ବିଗ୍ ବସ୍ 7 ରେ ଅଂଶଗ୍ରହଣ କରିଥିବା ଅଭିନେତା ନିଶ୍ଚିତ କରିଛନ୍ତି ଯେ ସେ ଦେଶର ସେବା କରିବା ତଥା ମହିଳାଙ୍କ ଉନ୍ନତି ଦିଗରେ ସକ୍ରିୟ ଭାବରେ କାର୍ଯ୍ୟ କରିବା ଏବଂ ଘରୋଇ ହିଂସାର ଶିକାର ହୋଇଥିବା ଲୋକଙ୍କ ପାଇଁ ଲଢ଼ିବା ପାଇଁ ରାଜନୀତିରେ ଯୋଗ ଦେଉଛନ୍ତି । ଟେଲି ଧାରାବାହିକର ଜଣାଶୁଣା ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। ସେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାପଡିଛି । ଏନେଇ ସେ ପ୍ରଶଂସକଙ୍କୁ ଖୁବ୍ଶୀଘ୍ର ଜଣାଇବେ ବୋଲି କୁହାଯାଉଛି।
ସୂଚନା ଯେ, କାମ୍ୟା ପଞ୍ଜାବୀ ସବୁବେଳେ ରାଜନୀତିର ଏକ ଅଂଶ ହେବାକୁ ଚାହୁଁଥିବା ନେଇ ଏକ ସୂତ୍ରରୁ ପ୍ରକାଶ ପାଇଛି। ଟେଲି ଧାରାବାହିକ ‘ଶକ୍ତି-ଅସ୍ତିତ୍ୱ ଏକ ଏହସାସ କି’ ଅଫଏୟାର ହୋଇଛି। ଏଣୁ କାମ୍ୟା ରାଜନୀତିରେ ମନୋନିବେଶ କରିବାକୁ ସ୍ଥିର କରିଛନ୍ତି। ପୂର୍ବରୁ ଇଚ୍ଛା ଥିଲେ ହେଁ ବ୍ୟସ୍ତ ବହୂଳ ଜୀବନ ଯୋଗୁ ତାହା କରିପାରୁ ନ ଥିଲେ। ହେଲେ ଏବେ ସେ ରାଜନୀତି ପାଇଁ ସମୟ ବାହାର କରି ଲୋକଙ୍କ ସେବା କରିବେ ବୋଲି ଜଣାପଡ଼ିଛି । ବର୍ତ୍ତମାନ ରାଜନୀତିରେ ପାଦ ଦେବାର ସୁଯୋଗ ପାଇଛନ୍ତି। ସେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କ ନିଷ୍ପତ୍ତି ଘୋଷଣା କରିବାକୁ ଯାଉଛନ୍ତି।