15.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶସିଦ୍ଧରମୈୟାଙ୍କୁ ବଡ଼ ଆଶ୍ୱସ୍ତି: ମୁଦା ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ମନାକଲେ ହାଇକୋର୍ଟ

ସିଦ୍ଧରମୈୟାଙ୍କୁ ବଡ଼ ଆଶ୍ୱସ୍ତି: ମୁଦା ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ମନାକଲେ ହାଇକୋର୍ଟ

ବେଙ୍ଗାଲୁରୁ: ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ନାମରେ ରହିଥିବା ମୈସୁର ଅର୍ବାନ ଡେଭ୍‌ଲପମେଣ୍ଟ୍ ଅଥରିଟି (ମୁଦା) ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଶୁକ୍ରବାର ମନା କରି ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଏଥିସହ ଆରଟିଆଇ କର୍ମୀ ସ୍ନେହମୟୀ କୃଷ୍ଣଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆର୍‌ଟିଆଇ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ତେବେ ଏହି ମାମଲାରେ ଏବେ ଲୋକୟୁକ୍ତ ତଦନ୍ତ କରିବ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି। ଅନ୍ୟପକ୍ଷେ ହାଇକୋର୍ଟଙ୍କ ଏହି ରାୟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି। କାରଣ ଏଥିରେ ତାଙ୍କ ବିରୁଦ୍ଧରେ ଅନିୟମିତତାର ଅଭିଯୋଗ ରହିବା ସହ ତାଙ୍କ ପତ୍ନୀ ପାର୍ବତୀଙ୍କ ନାମରେ ମଧ୍ୟ ବେଆଇନ୍ ଆବଣ୍ଟନର ଅଭିଯୋଗ ରହିଛି।

ହାଇକୋର୍ଟଙ୍କ ରାୟ ଉପରେ ସିଦ୍ଧରମୈୟା ନିଜର ଖୁସି ବ୍ୟକ୍ତ କରିଛନ୍ତି। ସିଦ୍ଧରମୈୟା କହିଛନ୍ତି ଯେ ସେ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ ଏବଂ ସମ୍ମାନ କରୁଛନ୍ତି। ଅନ୍ୟପକ୍ଷେ ହାଇକୋର୍ଟଙ୍କ ରାୟ ବିରୋଧରେ ଏବଂ ଏହି ମାମଲାରେ ସିବିଆଇ ତଦନ୍ତ ଦାବିରେ ସେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେବେ ବୋଲି ଆବେଦନକାରୀ ସ୍ନେହମୟୀ କୃଷ୍ଣ କହିଛନ୍ତି। ପ୍ରକାଶ, ସମସ୍ତ ପକ୍ଷ ଶୁଣିବା ପରେ ଗତ ମାସରେ ହାଇକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଆବେଦନକାରୀଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ ଅଭିଯୁକ୍ତଙ୍କର ଏହି ପର୍ଯ୍ୟାୟରେ ଶୁଣାଣି ହେବାର ଅଧିକାର ନାହିଁ ଏବଂ କେଉଁ ଏଜେନ୍ସି ତଦନ୍ତ ପରିଚାଳନା କରିବ ତାହା ସେ ନିଷ୍ପତ୍ତି ନେଇପାରିବେ ନାହିଁ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ କପିଲ ସିବଲ ସମାନ ଯୁକ୍ତି ବ୍ୟବହାର କରି ପଚାରିଥିଲେ ଯେ ଯଦି ଅଭିଯୁକ୍ତ ତଦନ୍ତକାରୀ ସଂସ୍ଥା ବାଛିପାରିବେ ନାହିଁ, ତେବେ ଆବେଦନକାରୀ କିପରି ଏହା କରିପାରିବେ?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking