ନୂଆଦିଲ୍ଲୀ : ବ୍ରାଜିଲର ରିଓ ଡି ଜନେରିଓରେ ଗୁରୁବାର ବଡ଼ ଧରଣର ଏନକାଉଣ୍ଟର ହୋଇଛି, ଯେଉଁଥିରେ ଏ ପର୍ୟ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ରହିଛି। ଏ ନେଇ ସ୍ଥାନୀୟ ପୋଲିସ କହିଛି ଯେ କିଛି ଅପରାଧୀ ଗ୍ରୁପଙ୍କୁ ଟାର୍ଗେଟରେ ରଖାଯାଇ ଏହି ଅପରେସନ ଆରମ୍ଭ କରାଯାଇଛି। ଖବର ମୁତାବକ, ଏହି ଏନକାଉଣ୍ଟରରେ ୧୬ ଅପରାଧୀଙ୍କ ସହ ଜଣେ ଲ’ ଏନ୍ଫୋର୍ସମେଣ୍ଟ ଅଧିକାରୀ ଏବଂ ଜଣେ ମହିଳାଙ୍କର ବି ଜୀବନ ଯାଇଛି। ସୂଚନାଥାଉ କି, ଗୁରୁବାର ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ଏହା ଏ ପର୍ୟ୍ୟନ୍ତ ଜାରି ରହିଛି। ଅପରେସନରେ ପାଖାପାଖି ୪୦୦ ପୋଲିସ ଯବାନ ନିୟୋଜିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ପୋଲିସ ଏବଂ ଅପରାଧୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ବ୍ରାଜିଲ ପୋଲିସ ୧୦ ବୁଲେଟପ୍ରୁଫ୍ ଗାଡ଼ି ସହ ୪ ହେଲିକାପ୍ଟର ବି ବ୍ୟବହାର କରିଛି।