18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶମମତା ସରକାରଙ୍କୁ ବଡ଼ ଝଟ୍‌କା; ରାଜ୍ୟ ପଞ୍ଚାୟତ ନିର୍ବାଚନରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ

ମମତା ସରକାରଙ୍କୁ ବଡ଼ ଝଟ୍‌କା; ରାଜ୍ୟ ପଞ୍ଚାୟତ ନିର୍ବାଚନରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଜୁଲାଇ ୮ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ରାସ୍ତା ପରିସ୍କାର ହୋଇଯାଇଛି । ସୁପ୍ରିମ୍‌କୋର୍ଟ ମଙ୍ଗଳବାର କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିରେ ଦଖଲ ଦେବାକୁ ମନା କରିଦେଇଛନ୍ତି । ଏହା ସହିତ କୋର୍ଟ ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟ ନିର୍ବାଚନ କମିଶନ୍‌ଙ୍କୁ ପିଟିସନ୍‌କୁ ମଧ୍ୟ ଖାରଜ କରିଦେଇଛନ୍ତି ।

ଜଷ୍ଟିସ୍ ବିଭି ନାଗରତ୍ନା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଭାକେସନ୍ ବେଞ୍ଚ୍ ମଙ୍ଗଳବାର ପିଟିସନ୍ ଉପରେ ଶୁଣାଣି କରି କହିଛନ୍ତି, ପଶ୍ଚିମବଙ୍ଗରେ ନିର୍ବାଚନ ବେଳେ ହିଂସାକାଣ୍ଡର ପୁରୁଣା ଇତିହାସ ରହିଛି । ହିଂସା ସହିତ ନିର୍ବାଚନ ହୋଇପାରିବ ନାହିଁ । କେନ୍ଦ୍ରୀୟ ଫୋର୍ସ ମୁତୟନକୁ ନେଇ ରାଜ୍ୟ ସରକାର ଏବଂ ନିର୍ବାଚନ କମଶନ୍ କାହିଁକି ଅସମ୍ମତ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

କୋର୍ଟ କହିଛନ୍ତି, ରାଜ୍ୟରେ ଗୋଟିଏ ଦିନରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରାଇବା ରାଜ୍ୟ ନିର୍ବାଚନ କମିଶନ୍‌ର ଦାୟିତ୍ୱ । ବେଞ୍ଚ୍ ନିର୍ବାଚନ କମିଶନ ଉପରେ ପ୍ରଶ୍ନ ଉଠାଇଛନ୍ତି । ହାଇକୋର୍ଟଙ୍କ ଆଦେଶ ଫଳରେ ନିର୍ବାଚନ କମିଶନ୍ କିପରି ପ୍ରଭାବିତ ହେବ ବୋଲି ପ୍ରଚାରିଛନ୍ତି । ଫୋର୍ସ କେଉଁଠୁ ଆସିବେ ଏହା ନିର୍ବାଚନ କମିଶନ୍‌ର ଚିନ୍ତାର ବିଷୟ ନୁହେଁ । ଏପରି ସ୍ଥିତିରେ କମିଶନ୍‌ଙ୍କ ପିଟିସନ୍ ଶୁଣାଣି ପାଇଁ ଯୋଗ୍ୟ ନୁହେଁ କହି କୋର୍ଟ ପିଟିସନ୍‌କୁ ଖାରଜ କରିଛନ୍ତି ।

ଏହା ପୂର୍ବରୁ କୋର୍ଟ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ନିର୍ବାଚନ କରାଇବା ହିଂସାର କରିବାର ଲାଇସେନ୍ସ ନୁହେଁ । ନିରପେକ୍ଷା ଏବଂ ସ୍ୱତନ୍ତ୍ର ନିର୍ବାଚନ ତୃଣମୂଳ ସ୍ତରରେ ଗଣତନ୍ତ୍ରର ପରିଚୟ । ହିଂସାର ପରିବେଶରେ ନିର୍ବାଚନ କରାଯାଇ ପାରିବ ନାହିଁ । ନିରପେକ୍ଷ ଏବଂ ସ୍ୱତନ୍ତ୍ର ନିର୍ବାଚନ ସୁନିଶ୍ଚିତ କରାଯିବା ଉଚିତ ।

ସୂଚନାଯୋଗ୍ୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ବୃଦ୍ଧି ପାଇଥିବା ହିଂସା ଦୃଷ୍ଟିରୁ ସମ୍ବେଦନଶୀଳ ବୁଥ୍‌ରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ କଲିକତା ହାଇକୋର୍ଟ ଜୁନ୍ ୧୩ ତାରିଖରେ ନିର୍ବାଚନ କମିଶନ୍‌କୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ରରୁ ଅର୍ଦ୍ଧସାମରିକ ଫୋର୍ସ ଦାବି କରିବାରେ ପଛଘୁଞ୍ଚା ଦେଇଥିବାରୁ ହାଇକୋର୍ଟ ୧୫ ତାରିଖରେ କମିଶନ୍‌ର କଡ଼ା ଭର୍ତ୍ସନା କରିବା ସହିତ ୪୮ ଘଣ୍ଟା ମଧ୍ୟରେ ଫୋର୍ସ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିଶନ ସୁପ୍ରିମ୍‌କୋର୍ଟରେ ପିଟିସନ୍ ଦାୟର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking