13.1 C
Bhubaneswar
Saturday, January 17, 2026
Homeଦେଶ ବିଦେଶବଡ଼ ଘୋଷଣା: ୧୧ ଦିନ ଉପବାସ ରହିବେ ପବନ କଲ୍ୟାଣ

ବଡ଼ ଘୋଷଣା: ୧୧ ଦିନ ଉପବାସ ରହିବେ ପବନ କଲ୍ୟାଣ

ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଢ଼ୁରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ନେଇ ଅଭିଯୋଗ ଉଠିବା ପରେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି। ଏହାରି ଭିତରେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ତଥା ପାଓ୍ୱାର୍‌ ଷ୍ଟାର ପବନ କଲ୍ୟାଣ ବଡ଼ ଘୋଷଣା କରିଛନ୍ତି। ୧୧ ଦିନ ଉପବାସ ରହି ସେ ଏହାର ପଶ୍ଚାତାପ କରିବେ ବୋଲି କହିଛନ୍ତି। ଆଜି ଠାରୁ ୧୧ ଦିନ ଯାଏ ଉପବାସ ରହିବେ ପବନ କଲ୍ୟାଣ। ଆଜିଠୁ ସେ ଗୁଣ୍ଟୁର ଜିଲ୍ଲାର ନାମ୍ବୁରର ଶ୍ରୀ ଦଶାବତାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ୧୧ ଦିନିଆ ‘ପ୍ରାୟଶ୍ଚିତ ଦିକ୍ଷା’ ଗ୍ରହଣ କରିବେ। ଏଠାରେ ୧୧ ଦିନ ଧରି ସେ ଆନୁଷ୍ଠାନିକ ତପସ୍ୟା କରିବେ।

ତିରୁପତି ଲଡୁ ପ୍ରସାଦମଙ୍କ ପ୍ରତି ହୋଇଥିବା ଅପମାନକୁ ନେଇ ସେ ଗଭୀର ଦଃଖ ପ୍ରକାଶ କରିଛନ୍ତି। ପୱନ କଲ୍ୟାଣ କହିଛନ୍ତି ଯେ ଜଗନ୍ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଘଟିଥିବା ଏହି ଘଟଣା ତାଙ୍କୁ ଆଘାତ ପହଞ୍ଚାଇଛି।ପବନ କଲ୍ୟାଣ୍ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ହେ ପ୍ରଭୁ ବାଲାଜୀ! ପ୍ରଭୁ ମୋତେ କ୍ଷମା କର। ତିରୁମାଲା ଲଡୁ ପ୍ରସାଦକୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରାଯାଏ। ପୂର୍ବ ଶାସକଙ୍କ ଅସାମ୍ବିଧାନିକ ପ୍ରବୃତ୍ତି ଯୋଗୁ ଅଶୁଦ୍ଧ ହୋଇଯାଇଥିଲା। କେବଳ ନିଷ୍ଠୁର ମନ ଥିବା ବ୍ୟକ୍ତିମାନେ ଏପରି ପାପ କରନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking