ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପୋଷା କୁକୁର ‘କମାଣ୍ଡର’କୁ ଶେଷରେ ହ୍ୱାଇଟ୍ ହାଉସ୍ରୁ ବିତାଡିତ କରାଯାଇଛି । କମାଣ୍ଡର ଇତିମଧ୍ୟରେ ହ୍ୱାଇଟ୍ ହାଉସରେ ମୁତୟନ ୧୧ ଜଣ ସୁରକ୍ଷା କର୍ମୀଙ୍କ ସମେତ ଏକାଧିକ କର୍ମଚାରୀଙ୍କୁ କାମୁଡି ସାରିଲାଣି । ଏହି ପରିପ୍ରେକ୍ଷୀରେ ବାଇଡେନ୍ ଦମ୍ପତି ବାଧ୍ୟହୋଇ କମାଣ୍ଡରକୁ ଅଜଣା ସ୍ଥାନକୁ ପଠାଇ ଦେଇଥିବା କୁହାଯାଇଛି ।
କୁକୁର କାମୁଡା ସତ୍ତ୍ୱେ ସୁରକ୍ଷାକର୍ମୀମାନେ ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଦମ୍ପତିଙ୍କ ନିରାପତ୍ତା ବ୍ୟବସ୍ଥାରେ କୌଣସି ଖିଲାପ କରିନଥିବାରୁ ବାଇଡେନ୍ଙ୍କ ପତ୍ନି ଜିଲ୍ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୨୦୨୧ରେ କମାଣ୍ଡର ନାମକ ଏହି ଜର୍ମାନ ସେଫର୍ଡ କୁକୁର ହ୍ୱାଇଟ୍ ହାଉସକୁ ଆସିଥିଲା । ହ୍ୱାଇଟ୍ ହାଉସରୁ ତଡା ଖାଇବାରେ କମାଣ୍ଡର ହେଉଛି ଦ୍ୱିତୀୟ କୁକୁର । ପୂର୍ବରୁ ବାଇଡେନ୍ଙ୍କ ଅନ୍ୟ ପୋଷା କୁକୁର ‘ମେଜର’ ବିଭିନ୍ନ ଲୋକଙ୍କୁ କାମୁଡିବାପରେ ତାକୁ ହ୍ୱାଇଟ୍ ହାଉସରୁ ବିଦାୟ କରାଯାଇଥିଲା ।