ନୂଆଦିଲ୍ଲୀ/ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ରେ ଆମେରିକା ଗସ୍ତ କରିବେ । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କୁ ରାତ୍ରୀ ଭୋଜନକୁ ଆମନ୍ତ୍ରଣ କରିପାରନ୍ତି । ମିଡିଆ ରିପୋର୍ଟ ଅନୁସାରେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘ ମୁଖ୍ୟାଳୟରେ ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ।
ଏହାପରେ ଶିକାଗୋରେ ଭାରତୀୟ ସମ୍ପ୍ରଦାୟ ସହିତ ମୋଦୀ ଏକ ବଡ଼ କମ୍ୟୁନିଟି କାର୍ଯ୍ୟରେ ମଧ୍ୟ ସାମିଲ ହେବେ । ଏହି ମିଟିଂ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟପତି ବାଇଡେନ୍ ଅଷ୍ଟ୍ରେଲିଆରେ ମେ’ରେ ହେବାକୁ ଥିବା କ୍ୱାଡ୍ ମିଟିଂରେ ମଧ୍ୟ ପରସ୍ପରକୁ ଭେଟିବେ । କ୍ୱାଡ୍ ଦେଶର ଏହି ବୈଠକରେ ଜାପାନ ଓ ଅଷ୍ଟ୍ରେଲିଆ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ସେହିପରି ଭାରତ ସେପ୍ଟେମ୍ବର ୯-୧୦ରେ ଜି-୨୦ ସମିଟ୍ର ଆୟୋଜନ କରିବ, ଯେଉଁଥିରେ ଭାଇଡେନ୍ ମଧ୍ୟ ସାମିଲ ହେବ ।