26.1 C
Bhubaneswar
Saturday, October 19, 2024
Homeମନୋରଞ୍ଜନଭାରତୀ ସିଂହ ଓ ହର୍ଷ ଲିମ୍ୱାଚିଆଙ୍କ ଘରେ ଶୁଭିଲା କୁଆଁକୁଆଁ ଶବ୍ଦ

ଭାରତୀ ସିଂହ ଓ ହର୍ଷ ଲିମ୍ୱାଚିଆଙ୍କ ଘରେ ଶୁଭିଲା କୁଆଁକୁଆଁ ଶବ୍ଦ

ମୁମ୍ୱାଇ : କମେଡି କ୍ୱିନ୍‌ କୁହାଯାଉ ଥିବା ଭାରତୀ ସିଂହ ଓ ହର୍ଷ ଲିମ୍ୱାଚିଆ ନିଜର ପ୍ରଶଂସକଙ୍କୁ ଦେଇଛନ୍ତି ଗୁଡ୍‌ ନ୍ୟୁଜ୍‌। ଭାରତୀ ଓ ହର୍ଷଙ୍କ ଘରେ ଶୁଭିଛି କୁଆଁକୁଆଁ ଶବ୍ଦ। ଉଭୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଭାରତୀ ସିଂହ  ଓ ହର୍ଷ ଲିମ୍ୱାଚିଆଙ୍କ ଏହି ଇନଷ୍ଟାଗ୍ରାମ୍‌ ପୋଷ୍ଟରୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି ଏବଂ ସୋସିଆଲ ମିଡ଼ିଆରେ ନିଜର ଖୁସି ଓ ଭଲ ପାଇବାକୁ ଦର୍ଶାଉଛନ୍ତି। ସାଧାରଣ ପ୍ରଶଂସକଙ୍କ ସହ ଅନେକ ସେଲେବ୍ରିଟି ମଧ୍ୟ ଏହି ଦମ୍ପତିଙ୍କୁ ଇନଷ୍ଟା ପୋଷ୍ଟରେ ଶୁଭେଚ୍ଛା ଦେଇଛନ୍ତି ।

ଭାରତୀ ସିଂହ ଓ ହର୍ଷ ଲିମ୍ୱାଚିଆ ଏକ କମନ୍‌ ଇନଷ୍ଟାଗ୍ରାମ୍‌ ପୋଷ୍ଟ କରିଛନ୍ତି । ଏହି  ପୋଷ୍ଟରେ ହର୍ଷ ଓ ଭାରତୀ ଏକ କ୍ୟୁଟ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ହର୍ଷ ଓ ଭାରତୀ ଏକାଠି ନଜର ଆସୁଛନ୍ତି, ଯାହାଙ୍କ ହାତରେ ଏକ ଥଳି ଧରିଛନ୍ତି । ଏହି ଫଟୋକୁ ଏମିତି କୁହାଯାଇଛି କି , ଯେମିତି ଏହି ଥଳିରେ ବେବି ଅଛି । ଏହି ଫଟୋ ସହ କ୍ୟାପସନରେ ହର୍ଷ ଓ ଭାରତୀ ଲେଖିଛନ୍ତି – ପୁଅ ହୋଇଛି । ଏହାସହ ହାର୍ଟର ଇମୋଜି ଦେଇଛନ୍ତି । କିଛି ସମୟ ଭିତରେ ଏହି ଇନଷ୍ଟା ପୋଷ୍ଟଟି ଭାଇରାଲ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking