28.1 C
Bhubaneswar
Friday, June 28, 2024
Homeଓଡିଶାବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ୱର ରେଳଷ୍ଟେସନ

ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ୱର ରେଳଷ୍ଟେସନ

ଭୁବନେଶ୍ୱର : ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ୱର ରେଳଷ୍ଟେସନ । ଏଥିନିମନ୍ତେ PPP ମୋଡ଼ରେ ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇ ବିକାଶ କରାଯିବ। ରେଲେଓ୍ୱ ପାଖରେ ସୀମିତ ଜାଗା ରହିଛି ଏବଂ ବଳକା ଜାଗା ବିଡିଏ ପାଖରେ ରହିଛି । ବିଡିଏ ସହ ଆଲୋଚନା କରି ଯୁଗ୍ମ ଭାବେ ପ୍ଲାନ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ରେଳବୋର୍ଡ଼ ଅଧ୍ୟକ୍ଷ ତଥା ସିଇଓ ସୁନୀତ ଶର୍ମା ।

ସେ କହିଛନ୍ତି, ଖୁବଶୀଘ୍ର ରେଳ ଲ୍ୟାଣ୍ଡ ଡେଭଲପମେଣ୍ଟ ଅଥରିଟି ବା RLDA ଭୁବନେଶ୍ୱର ଷ୍ଟେସନ ଅଞ୍ଚଳର ବିକାଶ କରିବ । ବିଡିଏ ବଳକା ଏରିଆର ବିକାଶ କରିବ ଏବଂ ଏହାକୁ ଭୁବନେଶ୍ୱର ସିଟି ସହ ମର୍ଜ କରାଯିବ । PPP ମୋଡରେ ହେଉଥିବାରୁ ନିବେଶକ ପୁଞ୍ଜିନିବେଶ କରିବେ । ଖୁବଶୀଘ୍ର ଟେଣ୍ଡର ଡକାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ରେଳ ବୋର୍ଡ଼ ଅଧ୍ୟକ୍ଷ ।

ଏଥିସହ ସେ କହିଛନ୍ତି, ଭୁବନେଶ୍ୱର ରେଳଷ୍ଟେସନରେ ଆଉ ଗୋଟିଏ ନୂଆ ପ୍ଲାଟଫର୍ମ ସହ ୨ ଟି ନୂଆ ଲାଇନ ଯୋଡ଼ା ହେବ । କୋଭିଡ ଯୋଗୁ ଏବେ ୯୦ ପ୍ରତିଶତ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । ଆସନ୍ତା ୨ରୁ ୩ ମାସ ମଧ୍ୟରେ ସବୁ ଯାତ୍ରୀବାହୀ ଟ୍ରେନ୍ ଚାଲିବ ବୋଲି ରେଳବୋ଼ର୍ଡ ଅଧ୍ୟକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking