ପୁରୀ : ଆଜି ସୁନାବେଶରେ ସଜେଇ ହୋଇଛନ୍ତି ତିନି ଠାକୁର । ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଜି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ପୁରା ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶରେ ସୃଷ୍ଟି ହୋଇଛି । ତେବେ ଏହାରି ମଧ୍ୟରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗୋଟେ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା କାଲି ଭିତର ରତ୍ନଭଣ୍ଡାର ଖୋଲିବା ନେଇ କାର୍ୟ୍ୟକ୍ରମ ରହିଥିବାରୁ ଆଜି ରାତି ୧୧ ଟା ସୁଦ୍ଧା ସୁନାବେଶ ଦର୍ଶନ ଶେଷ ହୋଇଯିବ । ବାକି ଥିବା ନୀତିକାନ୍ତି ପାଇଁ ଯେତିକି ସେବାୟତ ଆବଶ୍ୟକ ସେତିକି ସେବାୟତ ରହି ନୀତିକାନ୍ତି ଶେଷ କରିବେ । ଏହାସହ ଆସନ୍ତା କାଲି ସକାଳ ୮ଟା ପରେ ଶ୍ରୀମନ୍ଦିର ଭିତରକୁ ସାଧାରଣ ଲୋକଙ୍କ ଦର୍ଶନ ଉପରେ କଟକଣା ରହିଛି । ହେଲେ ଅଧିକୃତ ସେବକ ଓ ପାଶ୍ୱର୍ମନ୍ଦିରର ପୂଜାରୀମାନେ ଶୀମନ୍ଦିରକୁ ପ୍ରବେଶ କରିପାରିବେ ।କେବଳ ସେତିକି ନୁହେଁ ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ଅରବିନ୍ଦ ପାଢୀ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଧନ୍ୟବାଦ ଦେଇଛନ୍ତି ।










