ପାଟନା: ବିହାରର ହାଜିପୁରରେ ଦୁର୍ବୃତ୍ତମାନେ ଭୀମ ଆର୍ମିର ଜିଲ୍ଲା ସଂଯୋଜକ ରାକେଶ ପାସୱାନ୍ଙ୍କୁ ଗୁରୁବାର ଗୁଳିକରି ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ପରେ ତାଙ୍କ ସମର୍ଥକଙ୍କ ସମେତ ଉତ୍ତ୍ୟକ୍ତ ଲୋକମାନେ ଲାଲଗଞ୍ଜର କେତେକ ସ୍ଥାନରେ ଭଙ୍ଗାରୁଜା କରିଛନ୍ତି । କେତେକ ଦୋକାନ, ବାହନ ଏବଂ ଘରକୁ ଟାର୍ଗେଟ୍ କରାଯାଇଥିଲା ।
ଗୁରୁବାର ରାତିରେ ପୋଷ୍ଟମର୍ଟମ୍ ପରେ ଶବ ପରିଜନଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ଶୋଭଯାତ୍ରାରେ ତାଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା । ଏହି ଅବସରରେ ସ୍ୱର୍ଗତ ପାସ୍ୱାନ୍ଙ୍କ ସମର୍ଥକ ମାନେ ବହୁ ଉଗ୍ର ଥିବା ଦେଖିବାକୁ ମିଳିଥିଲା ।