32.1 C
Bhubaneswar
Saturday, September 28, 2024
Homeଓଡିଶାଭରତପୁର ମାମଲା : ଗୁଜରାଟରେ ୫ ପୁଲିସ୍‌ ଅଧିକାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ

ଭରତପୁର ମାମଲା : ଗୁଜରାଟରେ ୫ ପୁଲିସ୍‌ ଅଧିକାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର : ସେପ୍ଟମ୍ବର ୧୪ ତାରିଖ ଦିନ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଆଉ ୪ ପୁଲିସ ଅଧିକାରୀଙ୍କର ବି ହେବ ପଲିଗ୍ରାଫ ଟେଷ୍ଟ। ଏଥିନିମନ୍ତେ ସେମାନଙ୍କୁ ଧରି ଆସନ୍ତାକାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍‌।ସୋମବାର ଭରତପୁର ଥାନାର ନିଲମ୍ୱିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ । ଏଥିସହ ଅନ୍ୟ ଚାରି ନିଲମ୍ବିତ ପୁଲିସ ଅଧିକାରୀଙ୍କର ମଧ୍ୟ ଗୁଜରାଟରେ ପଲିଗ୍ରାଫ ଟେଷ୍ଟ କରାଯିବ । ଟେଷ୍ଟ ରିପୋର୍ଟ ଆସିବା ପରେ ପୁଲିସ କେତେ ସତ କହୁଛି ତାହା ଉପରୁ ପରଦା ହଟିବ । ପୂର୍ବରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ନିମନ୍ତେ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ଅନୁମତି ପ୍ରଦାନ କରି ସାରିଛନ୍ତି । ଏହାପରେ ଅନ୍ୟ ୪ ଜଣଙ୍କ ପଲିଗ୍ରାଫ ଟେଷ୍ଟ ନିମନ୍ତେ ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିଲା। ଏଥିନିମନ୍ତେ ମଧ୍ୟ ଗତକାଲି ଅନୁମତି ମିଳିସାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking