ଜୟପୁର: କଂଗ୍ରେସ ପକ୍ଷରୁ ଆୟୋଜିତ ‘ଭାରତ ଯୋଡ’ ଯାତ୍ରା ସୋମବାର ରାଜସ୍ଥାନରେ ପ୍ରବେଶ କରିଛି । ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଉଥିବାବେଳେ ସୋମବାର ସକାଳେ ଏହି ଯାତ୍ରା ରାଜସ୍ଥାନର ଝଲାୱାର ଜିଲ୍ଲାରୁ ଆରମ୍ଭ ହୋଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ମଧ୍ୟ ରାହୁଲଙ୍କ ସହ ଯାତ୍ରାରେ ସାମିଲ ହୋଇଥିବା ଜଣାପଡିଛି । ଯାତ୍ରା ସମୟରେ ରାହୁଲ ନିକଟସ୍ଥ ଢାବାରେ ଚାହା ପିଇଥିବାବେଳେ ସେଠାରେ ରୁଣ୍ଡ ହୋଇଥିବା ପିଲାଙ୍କ ସହ କିଛି ସମୟ କଥାବାର୍ତ୍ତା କରିଥିଲେ । ପ୍ରାୟ ୧୪ କିମି ରାସ୍ତା ଅତିକ୍ରମ କରିବାପରେ ଏହି ଯାତ୍ରା ସକାଳ ୧୦ଟା ସମୟରେ ବାଲିବୋର୍ଦା ସହରରେ ପହଞ୍ଚିଥିଲା । ମଧ୍ୟାହ୍ନ ଭୋଜନ କରିବାପରେ ରାହୁଲ ଓ ଅନ୍ୟ ନେତୃବର୍ଗ ଅପରାହ୍ନ ୩ଟାରୁ ନହାର୍ଦିରୁ ପୁଣି ଯାତ୍ରାରମ୍ଭ କରିଥିବା ଜଣାପଡିଛି । ତେବେ ଗଣମାଧ୍ୟମଗୁଡିକ ଏହି ଯାତ୍ରାକୁ ବର୍ଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ଗେହଲଟ୍ ଏହାକୁ ନାପସନ୍ଦ କରିଛନ୍ତି ।