33.1 C
Bhubaneswar
Monday, September 30, 2024
Homeଓଡିଶାଓଡ଼ିଶାରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶାରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର – ସମ୍ପ୍ରତି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ଚାଲିଛି । ଘୃଣା ଓ ବିଦ୍ୱେଷର ରାଜନୀତିକୁ ପରାହତ କରି ସଦଭାବନା ଓ ସଂପ୍ରତିର ରାଜନୀତିକୁ ପ୍ରତିଷ୍ଠିତ କରିବା ସହିତ ଦେଶରେ ଦେଖା ଦେଇଥିବା ଆକଶ ଛୁଆଁ ଦରଦାମ ଓ ବେକାରୀ ବୃଦ୍ଧିକୁ ମୁଦ୍ଦା କରି ଏହି ଯାତ୍ରା ଚାଲିଛି । ପ୍ରତିଦିନ ହଜାର ହଜାର ଲୋକ ଏଥିରେ ସାମିଲ ହେଉଛନ୍ତି । ଏହି ଯାତ୍ରାର ସଫଳତା ଦେଖି ବିଜେପି ଅତ୍ୟନ୍ତ ଅସହିଷ୍ଣୁ ହୋଇ ଉଠିଛି । ପ୍ରତିଦିନ ମିଥ୍ୟା ଓ ଅବାନ୍ତର କଥା କହି ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରୁଛି । ମାତ୍ର ଦେଶବାସୀ ତାକୁ ପ୍ରତ୍ୟାଖାନ କରୁଛନ୍ତି ଓ ଅଧିକ ରୁ ଅଧିକ ସଂଖ୍ୟାରେ ଏହି ଯାତ୍ରାକୁ ସମର୍ଥନ ଜଣାଇଛନ୍ତି । ଏହି ଅବସରରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦଳର ସମସ୍ତ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ନେତୃବୃନ୍ଦଙ୍କ ବୈଠକରେ ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରାକୁ ସମର୍ଥନ ଜଣାଇବା ସହିତ ଓଡ଼ିଶାରେ ଏହି ଯାତ୍ରା ଆୟୋଜନ କରିବାପାଇଁ ଆଲୋଚନା ହୋଇଛି । ଭାରତ ଯୋଡ଼ୋର ପ୍ରସଙ୍ଗ ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଏହି ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ଭାରତ ଯୋଡ଼ୋ ଯାତ୍ରାର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ, ଏଆଇସିସିର ମୁଖପାତ୍ର ସାଂସଦ ଶ୍ରୀ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡ ଏ ଚେଲ୍ଲା କୁମାର, ସହ ପ୍ରଭାରୀ ଶ୍ରୀ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ଏହାର ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ପିସିସି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ଭାରତ ଯୋଡ଼ୋ ଯାତ୍ରାର ଓଡ଼ିଶା ସଂଯୋଜକ ଶ୍ରୀ ରବି ସେଠୀ, ଯୁଗ୍ମ ସଂଯୋଜକ ଶ୍ରୀ ନକୁଳ ନାୟକ, ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଟ୍ରେନିଂ ସେଲର ମୁଖ୍ୟ ଶୁଭେନ୍ଦୁ ମହାନ୍ତି, କିଶାନ କଂଗ୍ରେସର ସଭାପତି ଶ୍ରୀ ଅମିୟ ପଟ୍ଟନାୟକ, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ, ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା, ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର, ଅଣସଂଗଠିତ ଶ୍ରମିକ କଂଗ୍ରେସ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ମାନବାଧିକାର ବିଭାଗ ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର, ସୋସିଆଲ ମିଡିଆର ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା, ଓବିସି ବିଭାଗର ଉପସଭାପତି ଶ୍ରୀ ବେଣୁଧର ପାତ୍ର, ମତ୍ସ୍ୟ ବିଭାଗ ଅଧ୍ୟକ୍ଷ ହଳଧର ସେଠୀ, ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଜିଆଉଲ ହକ, ଭିନ୍ନକ୍ଷମ ବିଭାଗ ଅଧ୍ୟକ୍ଷ ଜିତେନ୍ଦ୍ର ବିଶ୍ୱାଳ, ବିସ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking