26.1 C
Bhubaneswar
Sunday, July 7, 2024
Homeରଥଯାତ୍ର-୨୦୨୪ଭାବର ବଡ଼ଦାଣ୍ଡେ ଏକାଠି ହେବେ ଭକ୍ତ-ଭଗବାନ

ଭାବର ବଡ଼ଦାଣ୍ଡେ ଏକାଠି ହେବେ ଭକ୍ତ-ଭଗବାନ

ପୁରୀ : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପ୍ରତିବର୍ଷ ଯେବେ ଆଷାଢ ଦ୍ୱିତୀୟା ତିଥି ଶୁକ୍ଳପକ୍ଷ ପଡ଼େ ସେହିଦିନ ଶ୍ରୀଜିଉଙ୍କ ହୋଇଥାଏ ଏହି ପତିତପାବନ ଲୀଳା । କାଳିଆର ଏହି ଅପୂର୍ବ ଯାତ୍ରାକୁ ଅବଲୋକନ କରିବାକୁ ଦେଶବିଦେଶରୁ ଛୁଟି ଆସନ୍ତି ଅଗଣିତ ଭକ୍ତ। ଏହି ଅନନ୍ୟ ଯାତ୍ରାକୁ ନେଇ ରହିଛି ଅନେକ କଥା…ଅନେକ କାହାଣୀ। କୋଟି ଓଡ଼ିଆଙ୍କର ଏହା ଏକ ବିରାଟ ପର୍ବ । ଏହି ଦିନ ରତ୍ନବେଦୀ ଛାଡ଼ି ରଥରେ ମାଉସୀ ଘରକୁ ବାହାରନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି କାଳିଆ ସାଆନ୍ତ । ରଥ ଉପରେ କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଚର୍ମଚକ୍ଷୁ ପବିତ୍ର କରନ୍ତି ଭକ୍ତ। ଏହି ରଥଯାତ୍ରାକୁ ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମକ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ମଧ୍ୟ କୁହାଯାଏ । ଅନେକଙ୍କ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି । ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ସେହି ବିଧି ଗୁଡ଼ିକ ହେଉଛି, ସ୍ନାନ ଉତ୍ସବ, ଅନବସର, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା, ହେରାପଞ୍ଚମୀ, ଆଡ଼ପ ପର୍ବ, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking