ଭୁବନେଶ୍ୱର : ଲୋକପ୍ରିୟତାର ପାହାଚ ଉପରେ ପାହାଚ ଚଢି ଚାଲିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ଦିନ ହେଲା କ୍ଷମତାରେ ଥିଲେ ମଧ୍ୟ ନବୀନଙ୍କ ଲୋକପ୍ରିୟତା କମି ନାହିଁ । ପୂର୍ବ ଅପେକ୍ଷା ଦେଶ ଓ ରାଜ୍ୟରେ ବଢି ଚାଲିଛି ନବୀନଙ୍କ ଆଦର ।
ଗତ 22 ବର୍ଷ ହେଲା ରାଜ୍ୟର ଶାସନ ଗାଦିରେ ବସିଥିବା ନବୀନଙ୍କ ଧଳାକୁର୍ତ୍ତା ଚକଚକ ହେବାରେ ଲାଗିଛି । ଏହାରି ଭିତରେ ପ୍ରକାଶ ପାଇଛି 2021 ସ୍କଚ୍ ପ୍ରଶାସନିକ ରିପୋର୍ଟ କାର୍ଡ । ରିପୋର୍ଟ କାର୍ଡ ନବୀନଙ୍କ ଲୋକପ୍ରିୟତାର ପ୍ରାମାଣିତ କରିଛି ।ତେବେ ଗତବର୍ଷ ସ୍କଚ୍ ରିପୋର୍ଟ କାର୍ଡରେ ନବୀନ 8 ନମ୍ବର ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ରିପୋର୍ଟରେ 3 ନମ୍ବର ସ୍ଥାନକୁ ଉନ୍ନତି ହୋଇଛି । ବର୍ଷକ ଭିତରେ ନବୀନଙ୍କ ପ୍ରଦର୍ଶନ ୩ ନମ୍ବର ସ୍ଥାନକୁ ଉନ୍ନୀତି ହେବା ନବୀନଙ୍କ ପ୍ରତି ବଢୁଥିବା ଆଦର ପ୍ରମାଣିତ କରିଛି ।
ଏହି ରିପୋର୍ଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟପ 2ରେ ଅଛନ୍ତି । ଜଗନ ଏକ ନମ୍ବର ଓ ମମତା ଦୁଇ ନମ୍ବର ସ୍ଥାନରେ ଅଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛିଯେ ଟପ 3 ରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ନାହାଁନ୍ତି ।2020 ରିପୋର୍ଟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଦୁଇ ନମ୍ବରରୁ 4 ନମ୍ବର ସ୍ଥାନକୁ ଖସିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 6 ନମ୍ବରରୁ 7 ନମ୍ବର ସ୍ଥାନକୁ ଯାଇଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପ୍ରଶାସନିକ ଦକ୍ଷତା ଓ ଲୋକପ୍ରିୟତା ମଧ୍ୟ 5 ନମ୍ବରରୁ 8 ନମ୍ବରକୁ ହ୍ରାସ ପାଇଛି ।ଅଣ ବିଜେପି ଶାସିତ ରାଜ୍ୟରେ ଓଡିଶାର ପ୍ରଦର୍ଶନ ଆଖିଦୃଶିଆ ହୋଇଛି । ମହାରାଷ୍ଟ୍ର ତେଲେଙ୍ଗନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପୂର୍ବ ଅପେକ୍ଷା ବଢିଛି । ମମତା ବାନାର୍ଜୀ ତିନି ନମ୍ବରରୁ ଦୁଇ ନମ୍ବରକୁ ଉଠିଥିବା ବେଳେ ଉଦ୍ଧବ ଠାକରେ 7ରୁ 5 ଓ କେ.ଚନ୍ଦ୍ରଶେଖର ରାଓ 9 ରୁ 6 ନମ୍ବରକୁ ଉନ୍ନିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଇଛି।