32.1 C
Bhubaneswar
Friday, September 20, 2024
Homeଅପରାଧବିଶ୍ୱାସଘାତ ସାଜିଲା କେୟାର ଟେକର; ବୃଦ୍ଧାଙ୍କ ଅଳଙ୍କାର ନେଇ ବନ୍ଧା ହେଲା

ବିଶ୍ୱାସଘାତ ସାଜିଲା କେୟାର ଟେକର; ବୃଦ୍ଧାଙ୍କ ଅଳଙ୍କାର ନେଇ ବନ୍ଧା ହେଲା

ଭୁବନେଶ୍ୱର: ବୃଦ୍ଧାଙ୍କ ଅଳଙ୍କାର ନେଇ ଧରାପଡ଼ିଲା କେୟାରଟେକର । ଘରର ରକ୍ଷଣାବେକ୍ଷଣ କରୁଥିବା ଜଣେ ଯୁବକକୁ ନାତି ଭଳି ସ୍ନେହ କରି ଘରେ ରଖିଥିଲେ ବୃଦ୍ଧା । ହେଲେ ସେ ଘର ମାଲିକଙ୍କ ଅଳଙ୍କାର ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ଧରାପଡିଛି ଘର ଚୋର । ଅଭିଯୁକ୍ତ ଜଣକ ଢେଙ୍କାନାଳର ତାପସ କୁମାର ନାୟକ ବୋଲି ଜଣାପଡିଛି । ପୋଲିସ ତା ନିକଟରୁ ଚୋରି ହୋଇଥିବା ୨୪ ଗ୍ରାମର ସୁନା ଚେନ ସହ ୪ ହଳ ୧୦ଗ୍ରାମର କାନଫୁଲ ଜବତ କରିଛି ।

ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ଏସିପି ଜୋନ ୩ ପ୍ରଦୀପ ରାଉତ କହିଛନ୍ତି, “ଖଣ୍ଡଗିରି ଥାନା ବରବାରି କ୍ରିଷ୍ଣା ଗାର୍ଡେନରେ ରହୁଥିବା ସୁଜାତା ମହାନ୍ତି ଗତ ନଭେମ୍ବର ୧ ତାରିଖରେ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଥିଲେ । ସେ ଘରେ ବହୁ ଖୋଜାଖୋଜି ପରେ ବି ପାଉନଥିଲେ । ଏନେଇ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରିଥିଲା । ତାଙ୍କ ଘରକୁ ଆସୁଥିବା ଲୋକଙ୍କ ଗତିବିଧି ଉପରେ ପୋଲିସ ନଜର ରଖିଥିଲା । ତାଙ୍କ ଘରେ ଜଣେ କେୟାର ଟେକର ରହୁଥିବାବେଳେ ସେ ଜୁଲାଇ ମାସରୁ ଘରଛାଡ଼ି ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା ।ବୟସ୍କାଙ୍କ ଶ୍ୱଶୁର ୧୧୦ବର୍ଷର ବୃଦ୍ଧ ତାଙ୍କ ସେବା ପାଇଁ ସେ କେୟାର ଟେକର ରଖିଥିଲେ ।

ଏନେଇ ପୋଲିସ ତାପସକୁ ସନ୍ଦେହ କରି ତଦନ୍ତ ଘେରକୁ ନେବା ପରେ ତା ନିକଟରୁ ଚୋରି ଜିନିଷ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଏନେଇ ଅଭିଯୋଗକାରୀ ସୁଜାତା ମହାନ୍ତି କହିଛନ୍ତି, “ସେ ଘରେ ନାତି ପରି ରହୁଥିଲା । ଘରର ସବୁ କାମରେ ସାହାଯ୍ୟ କରୁଥିଲା । ହେଲେ କେତେବେଳେ ଘରେ ରହିବା ବେଳେ ସୁନା ଅଳଙ୍କାର ଦେଖି ଲୋଭ ହୋଇଯାଇଛି, ଚୋରି କରି ଦେଇଥିବ । କିନ୍ତୁ ସେ ସେପରି କେବେ କରିନି ଏଇଟା ପ୍ରଥମ ଘଟଣା ହେବ । ଏହି ଚୋରି ଘଟଣା ପରେ କମିଶନରେଟ ପୋଲିସ ଲୋକଙ୍କୁ ସତର୍କ କରାଇଛି । ଘରେ କେୟାର ଟେକର ରଖିଥିଲେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏକୁଟିଆ ଥିବା ବୃଦ୍ଧ ବା ଦମ୍ପତି ନିଜର ସୁନା ଅଳଙ୍କାର ଲକରରେ ରଖିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking