19.1 C
Bhubaneswar
Tuesday, November 19, 2024
Homeଓଡିଶାପୁତ୍ରକୁ ହତ୍ୟା ପରେ ବାପା ବେସାହାରା

ପୁତ୍ରକୁ ହତ୍ୟା ପରେ ବାପା ବେସାହାରା

ଫୁଲବାଣୀ: ନିଜର ରୋଜଗାରିଆ ପୁଅର ହତ୍ୟାକୁ  ୬ ମାସରୁ ଊର୍ଦ୍ଧ୍ୱ  ବିତିଗଲାଣି । ଏହି ହତ୍ୟାକାଣ୍ଡରେ ଏକାଧିକ ମଧ୍ୟ ଗିରଫ ହୋଇଛନ୍ତି । କିନ୍ତୁ ଘରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁପରେ ଏବେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ପରିବାର ସମ୍ପୂର୍ଣ୍ଣର୍ଭାବେ ବେସାହରା ହୋଇପଡ଼ିଛନ୍ତି । ବାର୍ଦ୍ଧକ୍ୟ   ଯୋଗୁଁ ବର୍ତ୍ତମାନ ପରିସ୍ଥିତିରେ କୌଣସି କାମକରି ରୋଜଗାର କରିବା ମଧ୍ୟ ମୋ ପକ୍ଷେ ସମ୍ଭବ ନୁହେଁ । ଏଭଳିସ୍ଥଳେ ସରକାରୀ ସହାୟତା ପାଇଁ କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ବଡ଼ଭୂଇଁ ଗ୍ରାମର ବିଜୟ ସାହାଣୀ ଲିଖିତ ଭାବେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ବିଜୟଙ୍କ ଅଭିଯୋଗ ପ୍ରକାରେ, ସେ ଓ ତାଙ୍କ ପୁଅ ସ୍ୱର୍ଗତ ସୁଜିତ୍ ସାହାଣୀ ମିଶିକରି ରହୁଥିଲେ । ତାଙ୍କ ପୁଅ ସୁଜିତ୍ କଟକ ଜିଲ୍ଲା ନରସିଂହପୁର ବ୍ଲକ୍ କୋଦଣ୍ଡା ହାଇସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ ୨୦୨୦ ମାର୍ଚ୍ଚ ମାସରେ ଛୁଟିରେ ନିଜ ଗ୍ରାମକୁ ଆସିଥିବା ବେଳେ ଗ୍ରାମର କିଛି ସାଙ୍ଗ ତାଙ୍କୁ ଡାକିନେଇ ଚକ୍ରାନ୍ତ କରି ଜୀବନରେ ମାରିଦେଇଛନ୍ତି । ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି । ଅନ୍ୟପଟେ ପୁଅକୁ ହରାଇ ସେ ସଂପୂର୍ଣର୍ଭାବେ ଏକା ହୋଇଥିବାବେଳେ ତାଙ୍କର ସମସ୍ତ ସୁବିଧା ଅସୁବିଧାର ଦାୟିତ୍ୱ  ପୁଅ ନେଇଥିଲେ । ବର୍ତ୍ତମାନ ସେ ଏକୁଟିଆ ରହୁଥିବା ବେଳେ ତାଙ୍କର ବୃଦ୍ଧାବସ୍ଥାରେ କେହି ଦେଖାଚାହାଁ କରିବାକୁ ନାହାନ୍ତି ।  ବୃଦ୍ଧାବସ୍ଥା ଯୋଗୁଁ ରୋଜଗାର ମଧ୍ୟ କିଛି ନାହିଁ ବୋଲି ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking