22.1 C
Bhubaneswar
Friday, December 5, 2025
Homeଓଡିଶାମଦ୍ୟପ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ

ମଦ୍ୟପ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ

ବୌଦ୍ଧ: ଶିକ୍ଷକଙ୍କୁ ମହଙ୍ଗା ପଡିଲା ମଦ । ସ୍କୁଲକୁ ମଦ ପିଇ ଆସିଥିବାରୁ  ହେଲା ବଡ ଆକ୍ସନ । ଦିନକର ଦରମା ବନ୍ଦ କରିଛନ୍ତି ବିଇଓ । ମଦ୍ୟପ ଶିକ୍ଷକ ଜଣଙ୍କ ହେଉଛନ୍ତି  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଝାରଖମଣ ପ୍ରାଥମିକ ବିଦ୍ୟାଳୟର ସୁରମଣି ମଲ୍ଲିକ । ସୂଚନା ଅନୁସାରେ ସେ ପ୍ରତିଦିନ ସ୍କୁଲକୁ  ମଦପିଇ ଆସୁଥିବା ନେଇ ଅଭିଯୋଗ ହେଉଥିଲା । ପିଲାଙ୍କୁ ପାଠ ପଢାଇବା ବଦଳରେ  ମୋବଆଇଲରେ ବ୍ୟସ୍ତ ରହୁଥିଲେ । ଖାଲି ସେତିକି ନୁହେଁ, କାହାକୁ କିଛି ନ ଜଣାଇ ମନ ଇଚ୍ଛା ସ୍କୁଲରେ  ଅନୁପସ୍ଥିତ ମଧ୍ୟ ରହୁଥିଲେ । ଏନେଇ ଅଭିଯୋଗ ବିରୁଦ୍ଧରେ ତାଙ୍କ  ଉପରେ ହୋଇଛି କଡା ଆକ୍ସନ । ହରଭଙ୍ଗା ଗୋଷ୍ଠୀ  ଶିକ୍ଷା ଅଧିକାରୀ  ତାଙ୍କର ଗୋଟିଏ ଦିନର ଦରମା ବନ୍ଦ କରିବା ସହିତ  ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି । ଏଥି ସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ୩୦ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ  ତାଙ୍କୁ ବିଇଓ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking