ଶୀତଦିନେ ମୂଳା ପ୍ରଚୁର ପରମାଣରେ ମିଳେ । ଏଥିରେ ଥିବା ଫସଫରସ ,ପ୍ରୋଟି. କ୍ୟାଲେସିୟମ ,ଆୟୋଡ଼ିନ ଆଦି ଅଧିକ ମାତ୍ରାରେ ଥାଏ । ଏହା ଆମେ ଶରୀର ପାଇଁ ଏକ ମେଡ଼ିସିନର କାମ କରିଥାଏ । ଆଜି ଆସନ୍ତୁ ଜାଣିବା ମୂଳାର ଉପକାରିତା –
୧- ମୂଳାର ରସ ସେବନ ଦ୍ୱାରା ଏହା ଆମ ମୋଟାପାକୁ କମ କରିଥାଏ ।
୨- ମୂଳା ଆମ ଲିଭରକୁ ସଠିକ ରଖିଥାଏ ଓ ଯେକୌଣସି ପାଚନ ଜନିତ ସମସ୍ୟାକୁ ଦୂର ରଖେ
୩- ମୂଳା ଓ ଏହାର ପତ୍ର ରସ ଆମ ଶରୀର ବିଶେଷକରି ହୃଦଘାତ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।
୪- ମୂଳା ଆମ ବ୍ଲଡ଼ ପ୍ରେସରକୁ ଠିକ ରଖେ ଓ କୋଲଷ୍ଟ୍ରଲକୁ ନିୟନ୍ତ୍ରତ ରଖେ ।
୫- ଯଦି ଆପଣଙ୍କୁ କାଶ କିମ୍ବା ଅସ୍ଥାମା ଥାଏ ତେବେ ମୂଳାର ସାଲାଡ଼ରେ କଳା ଲୁଣ ଓ ଜିରା ପାଉଡ଼ର ପକାଇ ଖାଇଲେ ବହୁତ ଉପକାର ମିଳିବ ।
୬-ଏଥିରେ ଥିବା କ୍ୟାଲସିୟମ ଓ ମିନେରାଲ୍ସ ଯୋଗୁଁ ଏହା ଆମ ଦାନ୍ତକୁ ସୁସ୍ଥ ରଖିଥାଏ ।
୭-ମୂଳାର ରସ ଡ଼ାଇବେଟିସ ରେକଗୀଙ୍କ ପାଇଁ ବହୁତ ଲାଭଦାୟକ ।
୮-ମୂଳା ଶରୀରର ହିମୋଗ୍ଲୋବିନକୁ ସଠିକ ରଖେ ।
୯-ମୂଳା ନିୟମିତ ଖାଇଲେ ଆମ ଶରୀର ସୌନ୍ଦର୍ଯ୍ୟ ବଢିଥାଏ ।
୧୦ – ହରମୋନ ବାଲାସିଂ ପାଇଁ ମୂଳା ଏକ ଉପକାରୀ ଖାଦ୍ୟ ।