ଭୁବନେଶ୍ୱର : ତେନ୍ତୁଳି ଖାଇବାକୁ କିଏ ବା ଭଲ ନ ପାଏ। ହେଲେ ଏହାର ସ୍ୱାସ୍ଥ୍ୟ ଉପରେ ବି ସୁପ୍ରଭାବ ରହିଛି। ନିୟମିତ ଭାବେ ତେନ୍ତୁଳି ଖାଇଲେ ହୃଦରୋଗ, ମଧୁମେହ ଆଶଙ୍କା କମିବା ସହ ଚେହେରାରେ ବୟସର ଛାପ ଦେଖାଯାଏ ନାହିଁ।
ଏହାର ଚାହିଦା ବେଶୀ, ଖଟା, ଚଟଣି, ଚାରୁ ଇତ୍ୟାଦିରେ ତେନ୍ତୁଳିର ବ୍ୟବହାର ହୁଏ । ତେନ୍ତୁଳିକୁ ଖଟା ମିଠା ଡାଲି ତିଆରି କରିବା ପାଇଁ ଗୁଡ ସହିତ ହରଡ ଓ ମସୁର ଡାଲି ସହିତ ମିଶା ଯାଏ । ତେନ୍ତୁଳିକୁ ମଧ୍ୟ ଆଚାର ଓ ଚଟଣି ତିଆରି କରିବାରେ ବ୍ୟବହାର କରାଯାଏ ।
ଏହି ଫଳ ହଜମ କରିବାରେ ସାହାଯ୍ୟ କରେ । ତେନ୍ତୁଳି ମଧ୍ୟ କୋଷ୍ଠକାଷ୍ଠିନ୍ୟ ଦୂର କରେ । ପିତ ରୋଗରେ ମଧ୍ୟ ତେନ୍ତୁଳି ବ୍ୟବହାର କରାଯାଏ । ଦକ୍ଷିଣ ଭାରତରେ କଇଁଆ ଗଛର ବେଶି ଚାହିଦା ରହିଛି। ଦକ୍ଷିଣ ଭାରତୀୟ ଚାରୁ, ଚଟଣି ତଥା ବିଭିନ୍ନ ବ୍ୟଞ୍ଜନରେ କଇଁଆକୁ ବ୍ୟବହୃତ କରିଥାନ୍ତି ।
-ତେନ୍ତୁଳିରେ ଆଣ୍ଟି ଅକ୍ସିଡାଣ୍ଟ ବ୍ୟତୀତ ଭିଟାମିନ୍ ଏ ଏବଂ ସି ରହିଥାଏ। ଯାହାକି ତ୍ୱଚାକୁ ଫ୍ରି ରାଡିକାଲ୍ସରୁ ରକ୍ଷା କରେ।
-ତେନ୍ତୁଳି ତ୍ୱଚା ପାଇଁ ଏକ ଭଲ ବ୍ଲିଚ୍ ଭାବେ କାମ କରେ। ଏହା ତ୍ୱଚାର ଉଜ୍ଜ୍ୱଳତାକୁ ବୃଦ୍ଧି କରିଥାଏ।
-ତେନ୍ତୁଳିରେ ଆଲଫା ହାଇଡ୍ରୋକ୍ସିଲ୍ ଏସିଡ୍ ଥାଏ। ଯାହା ତ୍ୱଚାକୁ ସଫା କରିବାରେ ସହାୟକ ହୋଇଥାଏ। ସେହିପରି ଏହା ମୁହରୁ ବ୍ରଣ ଚିହ୍ନ ଓ ସନ୍ ଟ୍ୟାନ୍ ବି ଦୂର କରେ। କେବଳ ସେତିକି ନୁହେଁ, ନିୟମିତ ଭାବେ ତେନ୍ତୁଳି ଖାଇଲେ ଅକାଳ ବାର୍ଦ୍ଧକ୍ୟ ହୁଏନାହିଁ।
-ଗବେଷକମାନଙ୍କ ଅନୁସାରେ ତେନ୍ତୁଳିକୁ ଖାଦ୍ୟରେ ସାମିଲ କଲେ ମଧୁମେହ ରୋଗ ବି ନିୟନ୍ତ୍ରିତ ହୋଇଥାଏ।
-ଏହାକୁ ଆପଣ ଫେସମାସ୍କ ଭାବେ ବି ବ୍ୟବହାର କରିପାରିବେ। ଦହି, ଚନ୍ଦନ କିମ୍ବା ମୁଲତାନି ମାଟି ସହ ତେନ୍ତୁଳ ରସକୁ ମୁହଁରେ ଲଗାଇଲେ ସୁଫଳ ମିଳିବ।