17.1 C
Bhubaneswar
Thursday, January 15, 2026
Homeଖେଳଚାମ୍ପିଅନ୍ସ ଟ୍ରଫି ପାଇଁ ବେନ୍ ଡକେଟ୍ ଫିଟ୍

ଚାମ୍ପିଅନ୍ସ ଟ୍ରଫି ପାଇଁ ବେନ୍ ଡକେଟ୍ ଫିଟ୍

ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ଟିମ୍ ପାଇଁ ଖୁସି ଖବର। ଭାରତ ବିପକ୍ଷ ତୃତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିବା ବେନ୍ ଡକେଟ୍ ଫିଟ୍ ହୋଇଛନ୍ତି। ଅହମ୍ମଦାବାଦରେ ଫେବୃଆରୀ ୧୨ ତାରିଖରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଫିଲ୍ଡିଂ ବେଳେ ଡକେଟ୍‌ଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ତେବେ ଏହାପରେ ହୋଇଥିବା ସ୍କାନ୍‌ରେ ତାଙ୍କ ଆଘାତ ଗମ୍ଭୀର ନଥିବା ଜଣାପଡ଼ିଛି। ଫଳରେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସେ ଫିଟ୍ ହୋଇଛନ୍ତି। ଡକେଟ୍ ଫିଟ୍ ହେବା କାରଣରୁ ଇଂଲଣ୍ଡ୍ ଟିମ୍ ଆହୁରି ଶକ୍ତିଶାଳୀ ହୋଇଛି। ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ଏକ ବୟାନରେ ଜଣାଇଛି ଯେ ଡକେଟ୍ ଫିଟ୍ ହୋଇଛନ୍ତି ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଉପଲବ୍ଧ ହେବେ। ଇଂଲଣ୍ଡ ଫେବୃଆରୀ ୨୨ରେ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking