27.1 C
Bhubaneswar
Friday, October 18, 2024
Homeଅପରାଧଆମିଷ ପ୍ରେମ ଆଗରେ ଫିକା ପଡିଲା ରକ୍ତସମ୍ପର୍କ; ମା’ର ଜୀବନ ନେଲା ସଇତାନ ପୁଅ

ଆମିଷ ପ୍ରେମ ଆଗରେ ଫିକା ପଡିଲା ରକ୍ତସମ୍ପର୍କ; ମା’ର ଜୀବନ ନେଲା ସଇତାନ ପୁଅ

ବାଲେଶ୍ୱର: ନିଶା କବଳରେ କବଳିତ ହୋଇଥାନ୍ତି ବେଳେ ବେଳେ ଅମାନବୀୟ କାଣ୍ଡ ଭିଆଇ ବସନ୍ତି । ସେମିତି ଏକ ଘଟଣା ବାଲେଶ୍ୱରରେ ଦେଖିବାକୁ ମିଳିଛି । ନିଶା ସେବନ ପରେ ହିତାହତ ଜ୍ଞାନ ଭୁଲି ଯାଇ ଯେଉଁ ନିଜ ମା’ର ତଣ୍ଟି ଚିପି ହତ୍ୟା କରିଛି ପୁଅ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ତାଳପଦା ଗ୍ରାମରେ ଏଭଳି ନାରକୀୟ କାଣ୍ଡ ଘଟିଛି । ସେହି ଗ୍ରାମର ବାସନ୍ତୀ ମହାନ୍ତିଙ୍କ ଜୀବନ ଯାଇଛି ।

ବାସନ୍ତୀଙ୍କ ପୁଅ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବାସନ୍ତୀଙ୍କ ବଡ଼ପୁଅ ଅରୁଣ ସବୁଦିନ ନିଶା ସେବନ କରିଥାନ୍ତି । ଏପରିକି ବିଳମ୍ବିତ ରାତି ଯାଏ ସେ ଘରକୁ ଫେରନ୍ତି ନାହିଁ । ବିଳମ୍ବିତ ରାତିରେ ଘରକୁ ଫେରିବା ପରେ ଅରୁଣ ବିନା କାରଣରେ ନିଶାଶକ୍ତ ହୋଇ ନିଜ ସ୍ତ୍ରୀ ପିଲାମାନଙ୍କୁ ମାରପିଟ୍ କରନ୍ତି । ସେହିପରି ଗତକାଲି ବିଳମ୍ବିତ ରାତିରେ ନିଶାଶକ୍ତ ଅବସ୍ଥାରେ ଅରୁଣ ଘରକୁ ଫେରି ମାଆ ବାସନ୍ତୀଙ୍କୁ ଖାଇବା ପାଇଁ ମାଗିଥିଲେ । ଆଉ ପୁଅକୁ ଖାଇବା ବାଢି ଦେଇଥିଲେ ମାଆ ।

ହେଲେ କାହିଁକି ଆମିଷ ହୋଇନାହିଁ ବୋଲି ପଚାରିବା ସହ ଅରୁଣ ରାଗି ଯାଇଥିଲେ । ଏପରିକି ବିରକ୍ତି ପ୍ରକାଶ କରିବା ସହ ନିଜ ମାଆଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲେ । ଏହାଦେଖି ଅରୁଣଙ୍କ ସ୍ତ୍ରୀ କବିତା ଶାଶୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ତେବେ ତଣ୍ଟି ଚିପିଦେବା ଫଳରେ ମାଆ ବାସନ୍ତୀ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ଖବର ପାଇ ବାସନ୍ତୀଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଇଥିଲେ ପଡୋଶୀ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ବୋହୂ କବିତା ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମାତୃହନ୍ତା ପୁଅ ଅରୁଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟା ପଛରେ ନିଶା କାରବାର ନା ଆଉ କିଛି କାରଣ ରହିଛି ସେନେଇ ପୋଲିସ ଖୋଳତାଡ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking