ଦେବଗଡ଼ : ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପତ୍ରାପାଲି ସାହିର ଜଣେ ବ୍ୟକ୍ତିଙ୍କ ଶବ ସଂସ୍କାର ପାଇଁ ଯାଇଥିବା ବେଳେ ୪୦ ରୁ ଊର୍ଦ୍ଧ ବ୍ୟକ୍ତି ମହୁମାଛି ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ପ୍ରାୟ ୨୦ ଜଣଙ୍କୁ ଡାକ୍ତରଖାନାରୁ ଡ଼ିସଚାର୍ଜ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ମାନେ ହେଲେ ମନୋହର ମୁଣ୍ଡା (୫୪) ଓ କୁଞ୍ଜ ମୁଣ୍ଡା (୭୪) । ସେହିପରି ପ୍ରାୟ ୨୦ ବ୍ୟକ୍ତି ଚିକିତ୍ସାଧୀନ ରହିଥିବା ଜଣା ପଡିଛି । ପତ୍ରାପାଲି ସାହିର ଜୟମୁଣ୍ଡା ନାମକ ଜଣେ ବ୍ୟକ୍ତିର ଶବ ସଂସ୍କାର ପାଇଁ ଯାଇଥିବା ବେଳେ ସ୍ମଶାନରେ ଏଭଳି ଘଟଣା ଘଟିଥିବା ଜଣା ପଡିଛି ।