କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତ ସଦର ମହକୁମା ଗ୍ରାମ ଶ୍ମଶାନରେ ଚିତାରେ ଅଗ୍ନି ସଂଯୋଗ କରିବା ମାତ୍ରେ ଆମ୍ବ ଗଛରେ ଥିବା ବଣୁଆ ମହୁମାଛି ଉପସ୍ଥିତ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ମହୁମାଛିଙ୍କ ଆକ୍ରମଣ ଭୟରେ ଲୋକମାନେ ଏତେତେଣେ ଦୌଡିବାକୁ ଲାଗିଥିଲେ। ଏପରିକି ଘଟଣାସ୍ଥଳରେ ଥିବା ଏକାଧିକ ବୃଦ୍ଧ ମହୁମାଛି କାମୁଡାର ଶିକାର ହୋଇ ଆହତ ହୋଇଥିଲେ। ତେବେ ସେହି ବୃଦ୍ଧଙ୍କ ମଧ୍ୟରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ସମସ୍ତ ଗୁରୁତରଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସ କରାଯାଉଛି। ଦୁହିଁଙ୍କ ଅବସ୍ଥା ଚିକିତ୍ସା ପରେ ସ୍ଥିର ଥିବା ଉପସ୍ଥିତ ଡାକ୍ତର ଅମିତ୍ ସାହୁ ସୂଚନା ଦେଇଛନ୍ତି।