24.1 C
Bhubaneswar
Wednesday, March 11, 2026
Homeଓଡିଶାପାଣିହାଣ୍ଡିରେ ପଡ଼ି ୨ବର୍ଷର ଶିଶୁକନ୍ୟା ମୃତ

ପାଣିହାଣ୍ଡିରେ ପଡ଼ି ୨ବର୍ଷର ଶିଶୁକନ୍ୟା ମୃତ

ନବରଙ୍ଗପୁର: ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପାଣି ଭର୍ତ୍ତି ଥିବା ହାଣ୍ଡିରେ ପଡ଼ି ଯିବାରୁ ୨ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏହାକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଏକମ୍ବା ଗ୍ରାମର ରମେଶ ଭଟ୍ଟ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ। ଗତକାଲି ସକାଳେ ଆବାସ ଗୃହର ଛାତ ପକାଇବା ପାଇଁ ସ୍ଥିର ହୋଇଥିଲା। ଆବାସ ଗୃହର ଛାତ ପଡ଼ୁଥିବାରୁ ରମେଶ ଓ ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ଏହି କାମରେ ବ୍ୟସ୍ତ ଥିଲେ। ଅପରାହ୍ନ ପ୍ରାୟ ୪ଟାରେ ଘରେ ଥିବା ଏକ ପାଣି ଭର୍ତ୍ତି ହାଣ୍ଡିରେ ନତାଶା ପଡ଼ିଥିବା ଦେଖିବାକୁ ପାଇଥିଲେ। ନତାଶାକୁ ପାଣିରୁ ଉଦ୍ଧାର କରିବା ବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଝିଅର ମୃତ୍ୟୁ ପରେ ରମେଶ ଓ ପୂର୍ଣ୍ଣିମା‌ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking