ହାଇଦ୍ରାବାଦ: ହାଇଦ୍ରାବାଦରୁ ଏକ ଚକିତ କରିବା ଭଳି ମାମଲା ସାମ୍ନାକୁ ଆସିଛି । ସେଲୁନ୍ରେ ହେୟାର କଟ୍ ପାଇଁ ଯାଇଥିବା ଜଣେ ମହିଳା ବିୟୁଟି ପାର୍ଲର୍ ଷ୍ଟ୍ରୋକ୍ ସିଣ୍ଡ୍ରୋମ୍ର ଶିକାର ହୋଇଛନ୍ତି । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଅନୁସାରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାନରେ ସୁଧାର ହେଉଥିବା ବେଳେ ସମ୍ପୂର୍ଣ୍ଣ ଠିକ୍ ହେବାକୁ ସମୟ ଲାଗିବ । ଘଟଣାଟି ଏହିପରି, ଜଣେ ୫୦ ବର୍ଷୀୟା ମହିଳା ହେୟାର୍ କଟ୍ ପାଇଁ ବିୟୁଟି ସେଲୁନ୍ ଯାଇଥିଲେ । ସେଲୁନ୍ରେ ହେୟାର୍ ୱାଶ୍ କରାଯାଉଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ବ୍ୟସ୍ତହୋଇ ସେଲୁନ୍ କର୍ମଚାରୀ ମହିଳାଙ୍କୁ ସହରର ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ଆପୋଲୋ ହସ୍ପିଟାଲ୍ର ସିନିୟର୍ କନ୍ସଲ୍ଟାଣ୍ଟ୍ ସୁଧୀର କୁମାରଙ୍କ ଅନୁସାରେ କୌଣସି ବ୍ୟକ୍ତିକୁ ଦୀର୍ଘ ସମୟ ଧରି ମୁଣ୍ଡ ଉପର ତଳ କରି ଏବଂ ଗୋଡ଼ ସିଧାକରି ବସାଇ ରଖିଲେ ତାଙ୍କର ବିୟୁଟି ପାର୍ଲର୍ ଷ୍ଟ୍ରୋକ୍ ସିଣ୍ଡ୍ରୋମ୍ ଦେଖାଦେଇଥାଏ ।
ସାଧାରଣତଃ ବିୟୁତି ପାର୍ଲର୍ରେ ହେୟାର୍ ୱାଶ୍ ପାଇଁ ଥିବା ଚେୟାର୍ ଲୋକମାନେ ଯେପରି ବସିଥାନ୍ତି, ସେହି ସ୍ଥିତି ହାନିକାରଣ ହୋଇଥାଏ । ସେଲୁନ୍ରେ ହେୟାର୍ ୱାଶ୍ ସମୟରେ ରେକ୍ଲାଇନିଙ୍ଗ୍ ପୋଜିସନ୍ରେ ବସାଇ ବେକ ପଛକୁ ରଖାଯାଇଥାଏ । ବହୁଥର ବେକକୁ ଗୋଟିଏ ପଟକୁ ବହୁ ସମୟ ପାଇଁ ରଖିବାକୁ ପଡ଼ିଥାଏ । ହେୟାର୍ ୱାଶ୍ ପରେ ଶୁଖାଇବା ପାଇଁ ମଧ୍ୟ ବେକକୁ ପଛକୁ ଝୁଲାଇ ରଖିବାକୁ ପଡ଼ିଥାଏ । ଏହି ପୂରା ପ୍ରକ୍ରିୟାକୁ ୪୦ରୁ ୫୦ ମିନିଟ୍ ଲାଗିଥାଏ । ଏତେ ସମୟ ଏହି ପୋଜିସନ୍ରେ ରହିବା କାରଣରୁ ଭର୍ଟେବ୍ରାଲ୍ ଆର୍ଟିରୀ ଜାକି ହୋଇଯାଏ । ଏହି କାରଣରୁ ଷ୍ଟ୍ରୋକ୍ ଭଳି ପରିସ୍ଥିତି ହୋଇଥାଏ । ଏହାକୁ ବିୟୁଟି ପାର୍ଲର୍ ଷ୍ଟ୍ରୋକ୍ ସିଣ୍ଡ୍ରୋମ୍ କୁହାଯାଇଥାଏ ।