18.1 C
Bhubaneswar
Monday, November 25, 2024
Homeଓଡିଶାଅପରାଜିତାଙ୍କ ଶୋଭାଯାତ୍ରାକୁ ଟମାଟୋ ମାଡ଼

ଅପରାଜିତାଙ୍କ ଶୋଭାଯାତ୍ରାକୁ ଟମାଟୋ ମାଡ଼

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ବିରୋଧରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁରୀ ଗସ୍ତ ବେଳେ ପାଦଚଲା ଶୋଭାଯାତ୍ରା କରିଥିବା ବେଳେ ତାଙ୍କ ଶେଭାଯାତ୍ରାକୁ ଟମାଟୋ ମାଡ଼ କରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ କିଛି ଯୁବକ ଶୋଭାଯାତ୍ରା ଉପରକୁ ଟମାଟୋ ମାଡ଼ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ କାବୁ କରାଯାଇଥିଲା । ଯୁବକ ଜଣକ ଯୁବ କଂଗ୍ରେସ କର୍ମୀ ବୋଲି ଜଣାପଡ଼ିଛି ।
ଏ ଅସବରରେ ଅପରାଜିତା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବହୁ ଘାତ ପ୍ରତିଘାତ ମଧ୍ୟରେ ଆଜି ଆମେ ଭୁବନେଶ୍ୱରରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛୁ । ବାଟରେ ସବୁ ସ୍ଥାନରେ ଆମକୁ ବିରୋଧ କରାଯାଇଛି । ସମସ୍ତ ଅଧିକାରୀମାନେ ଯେହେତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରିଛନ୍ତି, ତେଣୁ ମୁଁ ସେମାନଙ୍କୁ ଦୋଷ ଦେବିନାହିଁ । କାହିଁକି ନା ମୁଁ ନିଜେ ପ୍ରଶାସନରେ ୨୪ ବର୍ଷ ଧରି ଜଡ଼ିତ ଥିଲି । ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସରକାର ସତ୍ ମାର୍ଗରେ ରୁହନ୍ତୁ । ଯଦି ଠିକ୍ କାମ କରିଥା’ନ୍ତେ ତେବେ ଆଜି ଅବରୋଧର ଶିକାର ହେବାକୁ ପଡ଼ି ନଥା’ନ୍ତା ବୋଲି କହିଛନ୍ତି । ଯଦି ସରକାର ସତ୍‌ରେ ଅଛନ୍ତି, ତେବେ କ’ଣ ଲୁଚାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଅବରୋଧରେ ସ୍ପଷ୍ଟଯେ, ମନ୍ଦିର ଚତୁଃପାଶ୍ୱର୍ରେ ଜାରି ରହିଥିବା ପ୍ରକଳ୍ପରେ ସରକାରଙ୍କ ଆଭିମୁଖ୍ୟ ସଠିକ୍ ନୁହେଁ । ଆଇନ ପରିସରରେ ରହି ସରକାରଙ୍କୁ କାର୍ଯ୍ୟ କରିବା ଆବଶ୍ୟକ । ସେହିପରି ଗଜପତି ଦେଇଥିବା ମନ୍ତବ୍ୟକୁ ନେଇ ଅପରାଜିତା କହିଛନ୍ତି ଯେ, ମନ୍ଦିର ସୁରକ୍ଷିତ ଅଛି କି ନାହିଁ ତାହା ଏଏସ୍‌ଆଇ କିମ୍ବା ଇଞ୍ଜିନିୟର୍ କହିବେ । ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି ଏବଂ ହାଇକୋର୍ଟ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ।
ସୂଚନା ଯୋଗ୍ୟ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁରୀ ଶ୍ରୀମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ତାଙ୍କୁ ଚନ୍ଦନପୁର କାଠପୋଲ ଠାରେ ପ୍ରଶାସନ ଅଟକାଇଥିଲା । ସେଠାରୁ ସେ ଚାଲିକି ଯିବା ପାଇଁ କହିଥିବା ବେଳେ ପଦଯାତ୍ରା ପାଇଁ ଅନୁମତି ନାହିଁ ବୋଲି ପ୍ରଶାସନ କହିବାରୁ ସେ ଏକା ଏକା ପଦଯାତ୍ରା କରିଥିଲେ । ତାଙ୍କ ପଛରେ ବହୁ ଦଳୀୟ କର୍ମୀ ଏବଂ ଶ୍ରଦ୍ଧାଳୁମାନେ ମଧ୍ୟ ସାମିଲ ହୋଇଥିଲେ ।

‘ରାଜ୍ୟ ସରକାର କ’ଣ ଲୁଚାଉଛନ୍ତି, କାହିଁକି ଡରୁଛନ୍ତି’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking