18.1 C
Bhubaneswar
Saturday, November 23, 2024
Homeଓଡିଶାବାହା ହେବାକୁ ମନା କରିବାରୁ ନାବାଳିକାକୁ ମାଡ଼

ବାହା ହେବାକୁ ମନା କରିବାରୁ ନାବାଳିକାକୁ ମାଡ଼

କଟକ : ବାହା ହେବାକୁ ମନା କରିବାରୁ ଜଣେ ନାବାଳିକାକୁ ତାଙ୍କ ପରିବାର ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାର ବାହାଘର ପାଇଁ ତା ବାପା ବରପାତ୍ର ଯୋଗାଡ଼ କରି ବାହାଘରର ସମସ୍ତ ଆୟୋଜନରେ ଲାଗି ପଡ଼ିଥିଲେ । ନାବାଳିକା ଜଣକ ଏହା ଜାଣିବା ପରେ ସେ ପାଠ ପଢ଼ୁଥିବାରୁ ବାହାଘର ପାଇଁ ରାଜି ହୋଇ ନଥିଲା । ବାହାଘର ପାଇଁ ଝିଅ ଅରାଜି ହେବା ଦେଖି ବାପାର ରାଗ ମୁଣ୍ଡକୁ ଉଠିଥିଲା । ସୋମବାର ରାତିରେ ରାଗରେ ଝିଅକୁ ନିସ୍ତୁକ ମାଡ଼ ମାରି ଆହତ କରିଦେଇଥିଲେ । ମଙ୍ଗଳବାର ସକାଳେ ନାବାଳିକା ଜଣକ ଚୌଦ୍ୱାର ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବାରେ ପୁଲିସ ଝିଅର ବାପା ଓ ମା’ଙ୍କୁ ଥାନାକୁ ଡାକି ବୁଝାଶୁଝା କରି ଝିଅକୁ ସେମାନଙ୍କ ସହିତ ଘରକୁ ପଠାଇ ଦେଇଥିଲେ । ହେଲେ ଘରେ ପହଞ୍ଚି ବାପା ପୁଣି ନାବାଳିକାକୁ ମାଡ଼ ମାରିବାରୁ ସେ ଲୁଚିକରି ପଳାଇଯାଇ ଜଣେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିଲା । ଖବରପାଇ କଟକ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ମନ୍ଦାକିନୀ ଜେମା, ଚାଇଲ୍ଡଲାଇନ୍‌ର ପ୍ରତିନିଧି ନାରାୟଣ ଶୁକ୍ଳା, ଟାଙ୍ଗୀ ସିଡିପିଓ ମନୋରମା ସ୍ୱାଇଁ, ସୁପରଭାଇଜର ଆରତୀ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ଜଣକୁ ସଙ୍ଗରେ ନେଇ ଚୌଦ୍ୱାର ଥାନାରେ ହାଜର କରିବା ସହିତ କଟକ ଚାଇଲ୍ଡଲାଇନ୍‌କୁ ନେଇଥିବା ଜଣା ପଡ଼ିଛି । ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking