31.1 C
Bhubaneswar
Friday, October 18, 2024
Homeଓଡିଶାବ୍ରଶ କରିବା ସମୟରେ ବାନ୍ତି ଲାଗୁଥିଲେ ସାବଧାନ!

ବ୍ରଶ କରିବା ସମୟରେ ବାନ୍ତି ଲାଗୁଥିଲେ ସାବଧାନ!

ଭୁବନେଶ୍ୱର: ଓରାଲ ହେଲ୍‌ଥ ପାଇଁ ସମସ୍ତେ ବ୍ରଶ କରିଥାଆନ୍ତି । କିଏ ଦିନକୁ ଥରେ ତ ଆଉ କିଏ ଦୁଇ ଥର କରିଥାଆନ୍ତି । କିନ୍ତୁ ଅନେକ ଅଭିଯୋଗ କରଥାଆନ୍ତି ଯେ, ବ୍ରଶ କରିବା ସମୟରେ ବାନ୍ତି ଲାଗିଥାଏ । କିଛି ଜଣ ପେଷ୍ଟ ସମସ୍ୟା ଭାବି ଏହାକୁ ସାଧାରଣ ନେଇ ଥାଆନ୍ତି । ଆପଣ ମଧ୍ୟ ଏହି ସମସ୍ୟା ଭୋଗୁଛନ୍ତି କି? ତା’ହଲେ ହେଳା ନକରି ଶୀଘ୍ର ଡାକ୍ତରଙ୍କ ପରମାର୍ଶ କରନ୍ତୁ । କାରଣ ଏହା ରୋଗର ଲକ୍ଷଣ ହୋଇପାରେ । ସାଧାରଣତଃ ପିତ ବୃଦ୍ଧି ହେଲେ ଏଭଳି ସମସ୍ୟା ହୋପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି । ବେଳେବେଳେ ଗ୍ୟାସ ଏବଂ ଅମ୍ଳତା ବୃଦ୍ଧି କାରଣରୁ ମଧ୍ୟ ବ୍ରଶ କରିବା ସମୟରେ ବାନ୍ତି ଲାଗିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶରୀରରେ ପିତ ବୃଦ୍ଧି ସହିତ ଲିଭର ଜନିତ ସମସ୍ୟା ମଧ୍ୟ ଏହାର କାରଣ ହୋଇପାରେ । ସାଧାରଣତଃ ପେଟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଶରୀରରେ ସନ୍ତୁଳନ ବଜାୟ ରୁହେ ନାହିଁ । ଖାଦ୍ୟ ହଜମ ନହେବା କାରଣରୁ ପେଟରେ ରସ କ୍ଷରଣ ହୋଇଥାଏ ।

ଯାହାରକି ଏସିଡ୍ ରିଫ୍ଲକ୍ସ ସୃଷ୍ଟି କରିଥାଏ । ପେଟରେ ଅଲସର୍ ଏବଂ ଗ୍ୟାଷ୍ଟ୍ରୋସୋଫେଗଲ୍ ରିଫ୍ଲେକ୍ସ ରୋଗ କାରଣରୁ ବ୍ରଶ କରିବା ସମୟରେ ବାନ୍ତି ଲାଗିପାରେ । ପେଟ ସହିତ ଜଡ଼ିତ ରୋଗ ଯୋଗୁଁ ଏହା ହୋଇପାରେ । ପେଟରେ ଏସିଡର ମାତ୍ରା ବୃଦ୍ଧି ହେତୁ ବ୍ରଶ କରିବା ସମୟରେ ବାନ୍ତି ଲାଗିଥାଏ । ଏପରି ପରିସ୍ଥିତିରେ ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ ବୋଲି ଅନୁମାନ କରାଯାଇଥାଏ । ଯଦି କିଛି ଦିନ ଏହି ସମସ୍ୟା ଲାଗି ରୁହେ ତାହାଲେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ ବୋଲି କୁହାଯାଇଛି । କେତେକ କ୍ଷେତ୍ରରେ ବ୍ରଶ୍ କରିବା ସମୟରେ ବାନ୍ତି ଲାଗିବା କିଡନୀ ନଷ୍ଟ ହେବାର ଲକ୍ଷଣ ହୋଇପାରେ । ଯେତେବେଳେ କିଡନୀ ସଠିକ୍ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ହୁଏ ନାହିଁ ସେତେବେଳେ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ଶରୀରରେ କ୍ରିଏଟିନାଇନର ମାତ୍ରା ବୃଦ୍ଧି ଯୋଗୁଁ କିଡନୀ ଖରାପ ହେବାର ସମ୍ଭାବନା ରହିଥାଏ । ଏହାଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ସହିତ ବାନ୍ତି ମଧ୍ୟ ହୋଇଥାଏ । ବ୍ରଶ୍ କରିବା ସମୟରେ ଯଦି ଏହିପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking