30.1 C
Bhubaneswar
Sunday, June 23, 2024
Homeସ୍ୱାସ୍ଥ୍ୟରାତିରେ କଦଳୀ ଖାଉଥିଲେ ସାବଧାନ !

ରାତିରେ କଦଳୀ ଖାଉଥିଲେ ସାବଧାନ !

ଭୁବନେଶ୍ୱର : ଦିନସାରା କାମ କରିବା ପାଇଁ ଶରୀରକୁ ଯେଉଁ ଶକ୍ତି ଆବଶ୍ୟକ ହୋଇଥାଏ, ତାହା ମଧ୍ୟ ଯୋଗାଇଥାଏ କଦଳୀ । କଦଳୀରେ ଥିବା ଆଇରନ୍‌ ଶରୀରରେ ହିମୋଗ୍ଲୋବିନ୍‌ର ମାତ୍ରାକୁ ବଢ଼ାଇଥାଏ ଏବଂ ଏନିମିଆ ପରି ରୋଗ ସହିତ ଲଢ଼ିବା ଦିଗରେ ସାହାଯ୍ୟ କରିଥାଏ। ଏଥିରେ ଟ୍ରାଇଟୋଫୋନ୍‌, ଭିଟାମିନ୍‌-ବି୬ ଓ ଭିଟାମିନ୍‌ ବି ମଧ୍ୟ ରହିଛି।କଦଳୀ ସ୍ୱାସ୍ଥ୍ୟ ପାଇଁ ଯେ ଲାଭଦାୟକ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଆପଣ ଦେଖିଥିବେ କିଛି ଲୋକ ରାତିରେ କଦଳୀ ଖାଇବାକୁ ବାରଣ କରିଥାନ୍ତି। ଆପଣ କେବେ ଚିନ୍ତା କରିଛନ୍ତି, କଦଳୀରେ ଏତେ ଭିଟାମିନ୍‌ ରହିଥିଲେ ମଧ୍ୟ ଏହାକୁ ରାତିରେ ଖାଇବାକୁ ମନା କରାଯାଏ କ’ଣ ପାଇଁ? ଆସନ୍ତୁ ଜାଣିବା, ରାତିରେ କଦଳୀ ଖାଇବା ଶରୀର ପାଇଁ କେତେ ଦରକାରୀ ଏବଂ କ୍ଷତିକାରକରାତିରେ କଦଳୀ ଖାଇଲେ ସ୍ୱାସ୍ଥ୍ୟରେ କୌଣସି କ୍ଷତି ପହଞ୍ଚେ ନାହିଁ ବୋଲି ଆୟୁର୍ବେଦରେ କୁହାଯାଇଛି। ତଥାପି ରାତିରେ କଦଳୀ ଖାଇବାଠାରୁ ଦୂରେଇ ରହିବା ଜରୁରୀ। ଏଥିଯୋଗୁ କାଶ ଏବଂ ଜ୍ୱର ହେବାର ସମ୍ଭାବନା ଥାଏ। ଏହା ସହିତ କଦଳୀ ହଜମ ହେବା ପାଇଁ ସମୟ ଲାଗିଥାଏ ଏବଂ ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ମାନ୍ଦା ଲାଗିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ କଦଳୀ ଦେହ ପାଇଁ ଉପକାରୀ। ଏଥିରୁ ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ ଯେଉଁମାନେ କାଶ, ଥଣ୍ଡା ଏବଂ ଶ୍ୱାସ ଭଳି ସମସ୍ୟା ଦ୍ୱାରା ପୀଡ଼ିତ, ସେମାନେ ରାତିରେ କଦଳୀ ଖାଇବା ଶରୀର ପାଇଁ କ୍ଷତିକାରକ। ବିଶେଷଜ୍ଞ ଆହୁରି ମଧ୍ୟ କହିଛନ୍ତି, ସନ୍ଧ୍ୟା ସମୟରେ ବ୍ୟାୟାମ କରିବା ପରେ କଦଳୀ ଖାଇବା ଶରୀର ପାଇଁ ଭଲ।ଏକ ଗବେଷଣା ଅନୁସାରେ ଯେଉଁମାନେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇଥାନ୍ତି, ସେମାନେ ରାତିରେ କଦଳୀ ଖାଇବା ଭଲ। ମସଲାଯୁକ୍ତ ଖାଦ୍ୟ ଖାଇବା ଯୋଗୁ ଛାତିରେ ଜ୍ୱାଳା ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଟିଏ କଦଳୀ ହିଁ ଯଥେଷ୍ଟ।କଦଳୀରେ ଭରପୂର ମାତ୍ରାରେ ପଟାସିୟମ୍‌ ରହିଛି। ରାତିରେ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଇବା ଦ୍ୱାରା ନିଦ ଭଲ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗୋଟିଏ କଦଳୀରେ ୪୮୭ ମିଲିଗ୍ରାମ୍‌ ପଟାସିୟମ୍‌ ରହିଛି। ଯାହା ଆମ ଶରୀରକୁ ୧୦ ପ୍ରତିଶତ ପୁଷ୍ଟିସାର ପ୍ରଦାନ କରିଥାଏ।ଗୋଟିଏ କଦଳୀରେ ୧୦୫ କ୍ୟାଲୋରୀ ରହିଛି। ଯଦି ଆପଣ ରାତିରେ ଖାଇବା ସମୟରେ ୫୦୦ରୁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ସିଝା କ୍ଷୀରରେ ଦୁଇଟି କଦଳୀ ଖାଇଲେ ଆପଣଙ୍କ ଶରୀରକୁ ଉପଯୁକ୍ତ କ୍ୟାଲୋରୀ ମିଳିଥାଏ।କିଛି ଲୋକଙ୍କର ରାତିରେ ମିଠା ଜିନିଷ ଖାଇବାର ଅଭ୍ୟାସ ରହିଥାଏ। ତେବେ ଏହି ସମୟରେ ଆପଣ କଦଳୀ ଖାଇ ପାରିବେ। କଦଳୀରେ ଭିଟାମିନ୍‌ ଏବଂ ଫାଇବର୍‌ ମଧ୍ୟ ରହିଛି। ତେଣୁ ମିଠା ଅପେକ୍ଷା ଏହା ଅଧିକ ଉପାଦେୟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking