24.1 C
Bhubaneswar
Tuesday, January 20, 2026
Homeଓଡିଶାସାବଧାନ! ବଜାରରେ ମିଳୁଛି ଚାଇନା ରସୁଣ

ସାବଧାନ! ବଜାରରେ ମିଳୁଛି ଚାଇନା ରସୁଣ

ଭୁବନେଶ୍ୱର: ୨୦୧୪ରୁ ଭାରତରେ ନିଷିଦ୍ଧ ହୋଇଥିବା ଚାଇନା ରସୁଣ ପୁଣି ଥରେ ବଜାରରେ ବିକ୍ରି ହେଉଛି। ଯେଉଁ ରସୁଣକୁ ଆପଣ ବଜାରରୁ ଦେଶୀ ଭାବିକି କିଣିକି ଘରକୁ ଆଣୁଛନ୍ତି ଏବଂ ରୋଷେଇ କରି ଖାଉଛନ୍ତି ତାହା କେମିକାଲରେ ପ୍ରସ୍ତୁତ ହୋଇଥିବା ଚାଇନା ରସୁଣ ହୋଇପାରେ। କାରଣ ୟୁପିର ଜଣେ ବ୍ୟକ୍ତି ଚାଇନା ରସୁଣକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳାଯାଉଥିବା ଅଭିଯୋଗ କରିଛନ୍ତି। ଆଜି ଏହାର ଶୁଣାଣି ହୋଇପାରେ। ୟୁପି, ଗୁଜରାଟର ଅନେକ ସ୍ଥାନରେ ଚାଇନା ରସୁଣ ବିକ୍ରି ହେଉଥିବାରୁ ଚଢାଉ କରାଯାଇ ଜବତ କରାଯାଇଛି। ତେବେ ଦେଶୀ ରସୁଣ ଓ ଚାଇନା ରସୁଣ କିପରି ଚିହ୍ନିବେ ଜାଣନ୍ତୁ।

ଆକାରରେ ପାର୍ଥକ୍ୟ:
ଯେତେବେଳେ ବି ଆପଣ ବଜାରରୁ ରସୁଣ କିଣିବାକୁ ଯାଉଛନ୍ତି ତେବେ ଧ୍ୟାନ ରଖିବେ ରସୁଣର ଆକାର କିପରି। କାରଣ ଦେଶୀ ରସୁଣର ଆକାର ଛୋଟ, ଚାଇନା ରସୁଣ ଆକର ବଡ ହୋଇଥାଏ। ଦେଶୀ ରସୁଣ ପାଖୁଡା ଲବଙ୍ଗ ଭଳି ହୋଇଥିବା ବେଳେ ଚାଇନା ରସୁଣ ପାଖୁଡ ବଡ ବଡ ହେବା ସହ ମୋଟା ଏବଂ ଖୋଲା ହୋଇଥାଏ।

ରଙ୍ଗରେ ପାର୍ଥକ୍ୟ:
ଚାଇନା ରସୁଣରେ ଯେହେତୁ ରାସାୟନିକ ପଦାର୍ଥ ବ୍ୟବହାର କରି ତିଆରି କରାଯାଏ, ସେଥିପାଇଁ ଏକ ସିନ୍ଥେଟିକ୍‌‌ ପ୍ରକ୍ରିୟା ବ୍ୟବହାର ହୁଏ। ଏହା ବହୁତ ଧଳା, ସ୍ୱଚ୍ଛ ଏବଂ ଚମକୁଥିବା ଭଳି ଦେଖାଯାଏ। ଦେଶୀ ରସୁଣ ପୁରା ଧଳା ନହୋଇ ସାମାନ୍ୟ କ୍ରିମ୍‌‌ ରଙ୍ଗର ହୋଇଥାଏ ଏବଂ ଏହା ହାତକୁ ଚିକ୍କଣ ଲାଗିନଥାଏ।

ସୁଗନ୍ଧରେ ପାର୍ଥକ୍ୟ:
ଯେତେବେଳେ ବି ଆପଣ ରସୁଣ କିଣୁଛନ୍ତି ଏକ ପାଖୁଡା ଭାଙ୍ଗି ବାସ୍ନା ବାରି କିଣନ୍ତୁ। ଦେଶୀ ରସୁଣର ବାସ୍ନା ତୀକ୍ଷ୍ଣ ଏବଂ ତୀବ୍ର ହୋଇଥାଏ, ଯେଉଁଠି ଚାଇନା ରସୁଣର ବାସ୍ନା ଅଧିକ ହୋଇନଥାଏ। ଚାଇନା ରସୁଣ ଚୋପା ଛଡାଇବା ସହଜ ହୋଇଥାଏ। ତେଣୁ ଗୃହୀଣିମାନେ ଏହାକୁ କିଣିବାକୁ ପସନ୍ଦ କରନ୍ତି। ଦେଶୀ ରସୁଣକୁ ଛଡାଇବାରେ ସମୟ ଲାଗିଥାଏ।

ଚାଇନା ରସୁଣ ସ୍ୱାସ୍ଥ୍ୟ ପ୍ରତି କାହିଁକି ଖରାପ
ଚାଇନାରେ ବ୍ୟାପକ ପରିମାଣରେ ରସୁଣ ଉତ୍ପାଦନ ହୋଇଥାଏ। ସେଠାରେ ରସୁଣ ଚାଷରେ ସିନ୍ଥେଟିକ୍‌‌ ପଦାର୍ଥ ବ୍ୟବହାର କରାଯାଏ। ଯାହାକି ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ କ୍ଷତିକାରକ। ଏଥିପାଇଁ ୨୦୧୪ରୁ ଭାରତରେ ଚାଇନା ରସୁଣକୁ ନିଷିଦ୍‌‌ଧ କରାଯାଇଛି। ଏହି ରସୁଣ ଖାଇବା ଦ୍ୱାରା ପେଟ ରୋଗ ବଢିବାର ଆଶଙ୍କା ରହିଛି। ଏହାସହ କିଡନୀ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking