19.1 C
Bhubaneswar
Monday, November 25, 2024
Homeଖେଳବାର୍ଟିଙ୍କୁ ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍

ବାର୍ଟିଙ୍କୁ ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍

ମେଲ୍‌ବର୍ଣ୍ଣ : ବିଶ୍ୱର ଏକ ନମ୍ବର ଖେଳାଳି ଆଶ୍‌ଲେ ବାର୍ଟି ଚଳିତ ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍‌ର ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କରିଛନ୍ତି । ଶନିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ବାର୍ଟି ଆମେରିକାର ଡାନିଏଲ୍ କଲିନ୍ସଙ୍କୁ ୬-୩, ୭-୬ ସେଟ୍‌ରେ ହରାଇ କ୍ୟାରିୟର୍‌ରେ ୩ୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିପାରିଛନ୍ତି । ଏହି ବିଜୟ ସହ ବାର୍ଟି ଇତିହାସ ମଧ୍ୟ ରଚନା କରିଛନ୍ତି । ଦୀର୍ଘ ୪୪ ବର୍ଷ ପରେ ଅଷ୍ଟ୍ରେଲିଆନ୍ ଓପନ୍ ଚାମ୍ପିଅନ୍ ହେବାରେ ସେ ପ୍ରଥମ ଅଷ୍ଟ୍ରେଲୀୟ ଖେଳାଳି ହୋଇପାରିଛନ୍ତି । ଶେଷ ଥର ପାଇଁ ଗତ ୧୯୭୮ରେ ଅଷ୍ଟ୍ରେଲିଆର କ୍ରିସ୍ ଓ’ନିଲ୍ ଅଷ୍ଟ୍ରେଲିଆନ୍ ଓପନ୍‌ରେ ଟାଇଟଲ୍ ଜିତିଥିଲେ ।

ଏହା ୨୫ ବର୍ଷୀୟା ବାର୍ଟିଙ୍କ ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ହୋଇଥିବା ବେଳେ ପୂର୍ବରୁ ସେ ଗତବର୍ଷର ୱିମ୍ବଲଡନ୍ ଓପନ୍ ଓ ୨୦୧୯ରେ ଫ୍ରେଞ୍ଚ୍ ଓପନ୍‌ରେ ମଧ୍ୟ ଚାମ୍ପିଅନ୍ ହୋଇଥିଲେ । ଶନିବାର ଫାଇନାଲ୍‌ରେ ବିଜୟୀ ହେବା ପରେ ବାର୍ଟି ଅଦ୍ୟାବଧି କୌଣସି ଟାଇଟଲ୍ ମୁକାବିଲାରେ ତାଙ୍କର ଅପରାଜେୟ ଧାରାକୁ ମଧ୍ୟ କାଏମ ରଖିଛନ୍ତି । ଅନ୍ୟପକ୍ଷରେ ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍ ଫାଇନାଲ୍ ଖେଳିବାର ସୁଯୋଗ ପାଇଥିବା କଲିନ୍ସ ଇତିହାସ ରଚିବାରେ ବିଫଳ ହୋଇଛନ୍ତି । ଫାଇନାଲ୍‌ରେ ପ୍ରଥମ ସେଟ୍‌ର ଫଳାଫଳ ବାର୍ଟି ବେଶ୍ ସହଜରେ ନିଜ ସପକ୍ଷରେ କରିପାରିଥିବା ବେଳେ ମ୍ୟାଚ୍‌ର ଅସଲ ରୋମାଞ୍ଚ ଦ୍ୱିତୀୟ ସେଟ୍‌ରେ ଦେଖିବାକୁ ମିଳିଥିଲା ।

ପ୍ରାରମ୍ଭରୁ ବାର୍ଟିଙ୍କ ସର୍ଭିସ୍ ବ୍ରେକ୍ କରି କଲିନ୍ସ ଉପସ୍ଥିତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ । ଆଖି ପିଛୁଳାକେ ବିଶ୍ୱର ୩୦ ର‌୍ୟାଙ୍କର୍ ଖେଳାଳି କଲିନ୍ସ ୫-୧ରେ ଆଗୁଆ ହୋଇଥିଲେ ଓ ମ୍ୟାଚ୍ ୩ୟ ସେଟ୍‌କୁ ଯିବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବାର୍ଟିର୍ ପ୍ରତିଦ୍ୱନ୍ଦ୍ୱୀ ବାର୍ଟିଙ୍କ ସର୍ଭିସ୍ ବ୍ରେକ୍ କରି ସେଟ୍‌ରେ ଦ୍ୱିତୀୟ ଗେମ୍ ଜିତିଥିଲେ । ପରେ ଆକର୍ଷଣୀୟ ପ୍ରତ୍ୟ।।ବର୍ତ୍ତନ କରି ସ୍କୋର୍‌କୁ ସେ ୫-୫ରେ ବରାବର ମଧ୍ୟ କରିଥିଲେ । ପରେ ମ୍ୟାଚ୍‌ଟି ଟାଇବ୍ରେକର୍‌କୁ ଯାଇଥିଲା, ଯେଉଁଥିରେ ୭-୬ରେ ବିଜୟୀ ହୋଇ ବାର୍ଟି ଘରୋଇ ଦର୍ଶକଙ୍କ ସମ୍ମୁଖରେ ତାଙ୍କର ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ନିଜ ନାମରେ କରିଥିଲେ ।

ପୂର୍ବରୁ ସେମିଫାଇନାଲ୍‌ରେ ଆମେରିକାର ମାଡିସନ୍ କିଜ୍‌ଙ୍କୁ ୬-୧, ୬-୨ ସିଧାସଳଖ ସେଟ୍‌ରେ ହରାଇ ବାର୍ଟି ଫାଇନାଲ୍‌ରେ ପ୍ରବେଶ କରିଥିଲେ । ଏଥିସହ ୪୨ ବର୍ଷ ପରେ ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍‌ରେ ସ୍ଥାନ ପକ୍କା କରିବାରେ ସେ ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଖେଳାଳି ହୋଇପାରିଥିଲେ । ଶେଷ ଥର ପାଇଁ ଗତ ୧୯୮୦ରେ ୱେଣ୍ଡି ଟର୍ନବୁଲ୍ ଏହି ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍ ଖେଳିଥିଲେ । କିନ୍ତୁ ଚେକ୍ ଗଣରାଜ୍ୟର ହାନା ମଣ୍ଡଲିକୋଭାଙ୍କଠାରୁ ପରାସ୍ତ ହେବା ଫଳରେ ସେ ଟାଇଟଲ୍ ହାତେଇପାରି ନ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking