27.1 C
Bhubaneswar
Saturday, October 19, 2024
Homeଓଡିଶାବାରବାଟୀ-କଟକ ନିର୍ବାଚନୀ ମାମଲା; ହାଇକୋର୍ଟରେ ଦେବାଶିଷ ସାମନ୍ତରାୟଙ୍କ ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ

ବାରବାଟୀ-କଟକ ନିର୍ବାଚନୀ ମାମଲା; ହାଇକୋର୍ଟରେ ଦେବାଶିଷ ସାମନ୍ତରାୟଙ୍କ ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ

କଟକ : ବାରବାଟୀ-କଟକ ନିର୍ବାଚନୀ ମାମଲାର ଶୁଣାଣି ବେଳେ ଆଜି ଆବେଦନକାରୀ ବିଜେଡିର ପରାଜିତ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକଦେବାଶିଷ ସାମନ୍ତରାୟଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ତେବେ ଏହା ଅସମ୍ପୂର୍ଣ୍ଣ ରହିଛି । ପ୍ରତିପକ୍ଷ କଂଗ୍ରେସର ବିଜୟୀ ପ୍ରାର୍ଥୀ ତଥା ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଜେରା କରିଥିଲେ ।

ବିଚାରପତି ସଙ୍ଗମ କୁମାର ସାହୁଙ୍କ ପରବର୍ତ୍ତି ଶୁଣାଣି ପାଇଁ ମାର୍ଚ୍ଚ ୨୭ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତିି । ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି । ସୂଚନାଯୋଗ୍ୟ ଯେ, ଗତ ବିଧାନସଭା ନିର୍ବାଚନରେ ପରାଜିତ ପ୍ରାର୍ଥୀ ଶ୍ରୀ ସାମନ୍ତରାୟ ବିଜୟୀ କଂଗ୍ରେସ ପ୍ରାର୍ଥୀ ମୋକିମଙ୍କ ବିରୋଧରେ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ ମାମଲା ଦାୟର କରିଥିଲେ ।

କଂଗ୍ରେସ ବିଧାୟକ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଆବେଦନରେ ଦର୍ଶାଇ ନିର୍ବାଚନକୁ ରଦ୍ଧ କରିବାକୁ ଦେବାଶିଷ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking