18.1 C
Bhubaneswar
Saturday, November 23, 2024
Homeଅପରାଧସୀମା ଟପିଲା ବର୍ବରତା : ପ୍ଲମ୍ବରଙ୍କୁ ହତ୍ୟା କରିବା ପରେ ୧୬ ଖଣ୍ଡ କରି ପୋଡିଦେଲେ...

ସୀମା ଟପିଲା ବର୍ବରତା : ପ୍ଲମ୍ବରଙ୍କୁ ହତ୍ୟା କରିବା ପରେ ୧୬ ଖଣ୍ଡ କରି ପୋଡିଦେଲେ ବାପ-ପୁଅ

ଅମରାବତୀ : ଆନ୍ଧ୍ରପ୍ରଦେଶରେ ଚାଞ୍ଚଲ୍ୟ । ପ୍ଲମ୍ବରଙ୍କୁ ହତ୍ୟା କରିବା ପରେ ୧୬ ଖଣ୍ଡ କରି ପୋଡିଦେଲେ ବାପ-ପୁଅ । ଗୁରୁଜଲା ନିର୍ବାଚନ ମଣ୍ଡଳୀ ଧଚେପଲ୍ଲୀ ଅଞ୍ଚଳରେ ଘଟିଛି ଏହି ଛାତିଥରା ଘଟଣା । ଏହି ମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ୪୫ ବର୍ଷୀୟ କୋଟେଶ୍ବର ରାଓ । ସେ ଏକ ପ୍ଲମ୍ବର ଭାବେ କାମ କରୁଥିଲେ । ସୂଚନା ଅନୁସାରେ, ପାଲନାଡୁ ଜିଲ୍ଲାର ବାଇପାସ ନିକଟରେ ଶୁକ୍ରବାର ମଧ୍ୟରାତ୍ରରେ ଏହି ହତ୍ୟାକାଣ୍ଡ ହୋଇଥିଲା । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଘଟଣାରେ ଧଚେପଲ୍ଲୀ ବାସିନ୍ଦା ବୋମ୍ବୋଥୁଲା ସୈଦୁଲୁ ନାମକ ବ୍ୟକ୍ତିଙ୍କ ସହ ତାଙ୍କର ପତ୍ନୀ ଓ ପୁଅ ବିରୋଧରେ ମାମଲା ରୁଜୁ କରାଯାଇଛି ।

କୋଟେଶ୍ୱର ରାଓ ଶୁକ୍ରବାର ରାତି ୮ଟାରେ ବାଇପାସ୍ ଅଞ୍ଚଳର ୱାଟର ଟ୍ୟାଙ୍କରେ ଇଲେକ୍ଟ୍ରିକ ମୋଟର ବନ୍ଦ କରିବାକୁ ଯାଇଥିଲେ । ସେହି ସମୟରେ ପୂର୍ବରୁ ସୈଦୁଲୁ ତାଙ୍କ ପୁଅଙ୍କ ସେଠାରେ ରହିଥିଲେ । ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ରାଗିଯାଇ ବାପପୁଅ ଦୁହେଁ ଲୁହାଛଡରେ କୋଟେଶ୍ୱରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ବାପପୁଅ ବ୍ୟାଗରେ ମୃତଦେହକୁ ଭର୍ତ୍ତି କରି ଲଙ୍କା କ୍ଷେତକୁ ନେଇଥିଲେ । ସେଠାରେ ଅମାନୁଷିକ ଭାବେ ୧୬ ଖଣ୍ଡ କରିବା ପରେ ବାଇପାସ କଡରେ ପୋଡି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking