32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ମୁମ୍ବାଇ: ୨ଠ୨୪ ଜାନୁଆରୀରେ ୧୬ ଦିନ ଧରି ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଚଳିତ ମାସ ପାଇଁ ଛୁଟି ତାଲିକା ଜାରି କରାଯିବା ପରେ ଏସମ୍ପର୍କରେ ସ୍ପଷ୍ଟ ହୋଇଛି । ଆରବିଆଇ ଅଫିସିଆଲ ୱେବସାଇଟ୍‌ରେ ଏସମ୍ପର୍କରେ ଦିଆଯାଇଥିବା ସୂଚନାନୁସାରେ ମକର ସଂକ୍ରାନ୍ତି, ସାଧାରଣତନ୍ତ୍ର ଦିବସ ଏବଂ ବିଭିନ୍ନ ରାଜ୍ୟରେ ପର୍ବପର୍ବାଣୀ ଯୋଗୁ ଜାନୁଆରୀରେ ୧୬ ଦିନ ବ୍ୟାଙ୍କ୍ ବନ୍ଦ ରହିବ ।

ତେବେ ରାଜ୍ୟ ଭିତ୍ତିରେ ଏହି ଛୁଟି ସଂଖ୍ୟା କେତେକାଂଶରେ ଭିନ୍ନ ହୋଇପାରେ । ଆରବିଆଇ ତଥ୍ୟ ଅନୁସାରେ ରବିବାର, ୨ୟ ଏବଂ ୪ର୍ଥ ଶନିବାରକୁ ମିଶାଇ ମୋଟ୍ ୬ ଦିନ ବ୍ୟାଙ୍କ୍ ଛୁଟି ରହିବ । ପୁଣି ସାଧାରଣତନ୍ତ୍ର ଦିବସ, ମକର ସଂକ୍ରାନ୍ତି ଓ ରାଜ୍ୟ ଛୁଟିକୁ ମିଶାଇ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ନବ ବର୍ଷ ପାଳନ ଅର୍ଥତ୍ ୧ ଜାନୁଆରୀରେ କେତେକ ରାଜ୍ୟରେ ବ୍ୟାଙ୍କ୍ ଛୁଟି ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking