26.1 C
Bhubaneswar
Sunday, November 24, 2024
Homeଓଡିଶାବ୍ୟାଙ୍କ୍ ବିହୀନ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା; ୬ ବ୍ୟାଙ୍କ୍ ସହ ଓଡ଼ିଶା ସରକାରଙ୍କ ଏମ୍‌ଓୟୁ

ବ୍ୟାଙ୍କ୍ ବିହୀନ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା; ୬ ବ୍ୟାଙ୍କ୍ ସହ ଓଡ଼ିଶା ସରକାରଙ୍କ ଏମ୍‌ଓୟୁ

ଭୁବନେଶ୍ୱର: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ୍‌, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ବରୋଦା ଭଳି ୬ଟି ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ସହ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିଛି । ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟଲେଟ୍ ମାଧ୍ୟମରେ ରାଜ୍ୟର ସମସ୍ତ ବ୍ୟାଙ୍କବିହୀନ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆର୍ôଥକ ଅନ୍ତର୍ଭୁକ୍ତୀକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ରାଜ୍ୟର ୬୭୯୮ ଜିପି ମଧ୍ୟରୁ ପ୍ରାୟ ଶତକଡା ୬୫ ଭାଗ ଜିପିରେ (୪୩୭୩ ଜିପି) ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ । ଆର୍ôଥକ ଅଗ୍ରସର ପାଇଁ ବ୍ୟାଙ୍କିଙ୍ଗ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ, ବ୍ୟାଙ୍କ ସେବା ଓ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରତ୍ତ୍ୱ(ଡିବିଟି) ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିପିଙ୍କୁ ଏକ ସ୍ଥାୟୀ ବ୍ୟାଙ୍କ ଶାଖା ଯୋଗାଇ ଦିଆଯିବା ଆବଶ୍ୟକ ।

ତେଣୁ ଓଡିଶା ସରକାର ସିଏସ୍‌ପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ପ୍ରତ୍ୟେକ ବ୍ୟାଙ୍କବିହୀନ ଜିପିକୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରିଛନ୍ତି । ଚଳିତ ଆର୍ôଥକ ବର୍ଷ ୨୦୨୩-୨୪ ରେ ରାଜ୍ୟର ସମସ୍ତ ବ୍ୟାଙ୍କବିହୀନ ଜିପିମାନଙ୍କୁ ଏହି ଯୋଜନାରେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଓଡ଼ିଶା ସରକାର ୫ ବର୍ଷ ପାଇଁ ବିନା ଭଡାରେ ବ୍ୟାଙ୍କିଙ୍ଗ ସ୍ଥାନ ପ୍ରଦାନ କରିବେ । ଏଥିସହିତ ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ ୩ ବର୍ଷ ପାଇଁ ରେକରିଙ୍ଗ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏଥିପାଇଁ ସର୍ବମୋଟ ୫୦୦ କୋଟି ଟଙ୍କା ଖର୍ଚ୍ଚର ଯୋଜନା ପ୍ରସ୍ତୁତ କରାଯାଇଛି ।

ଆର୍ôଥକ ଅନ୍ତର୍ଭୂକ୍ତିକରଣକୁ ସଠିକ ରୂପଦେବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ୫-ଟି ମନ୍ତ୍ର ଅନୁଯାୟୀ ଏହାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ସମସ୍ତ ଜିପିମାନଙ୍କୁ ବ୍ୟାଙ୍କିଙ୍ଗ୍‌? ସେବା ଯୋଗାଇବା ପାଇଁ ଏଭଳି ଏକ ଆଦର୍ଶ ମଡେଲ୍ ଗ୍ରହଣ କରିଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଅଟେ । ଏହା ଦ୍ୱାରା ରାଜ୍ୟର ସମସ୍ତ ଅଣବ୍ୟାଙ୍କିଙ୍ଗ ଗ୍ରାମ ପଞ୍ଚାୟତରେ ରହୁଥିବା ଲୋକମାନେ ସୁବିଧାରେ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ୍ ସେବା ପାଇପାରିବେ । ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ଏବଂ ଠିକ୍ ସମୟରେ ସରକାରଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର(ଡିବିଟି) ବ୍ୟବସ୍ଥାର ଲାଭ ପାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking