ଭୁବନେଶ୍ୱର : ଆସନ୍ତା ୨୪ ଏବଂ ୨୫ ତାରିଖରେ ବନ୍ଦ ରହିବ ବ୍ୟାଙ୍କ। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ୫ ଦିନର କାର୍ଯ୍ୟ ସପ୍ତାହ, ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବା ଆଦି ୯ ଦଫା ଦାବି ନେଇ ୟୁଏଫବିୟୁ(ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ) ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ୬ ହଜାର ବ୍ୟାଙ୍କ ଶାଖାର ୩୭ ହଜାର କର୍ମଚାରୀ ଧର୍ମଘଟରେ ସାମିଲ ହେବେ। ତେବେ ମାର୍ଚ୍ଚ ୨୨ ଏବଂ ୨୩ ତାରିଖରେ ଶନିବାର ଓ ରବିବାର ସାପ୍ତାହିକ ଛୁଟି ଥିବାରୁ ୨୫ ତାରିଖ ପର୍ଯ୍ୟନ୍ତ ଲଗାତର ୪ ଦିନ ଯାଏ ବ୍ୟାଙ୍କ ବନ୍ଦ ରହିବ।