31.1 C
Bhubaneswar
Friday, October 18, 2024
Homeଓଡିଶାବ୍ୟାଙ୍କରେ ନିଆଁ ଲାଗି କାଗଜପତ୍ର ପାଉଁଶ

ବ୍ୟାଙ୍କରେ ନିଆଁ ଲାଗି କାଗଜପତ୍ର ପାଉଁଶ

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପାତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ଗତ ଛଅ ମାସ ତଳେ ବଜାର ମଧ୍ୟରେ ଥିବା ଏହି ଶାଖାଟି କୁ ସ୍ଥାନାନ୍ତର କରାଯାଇ ନୂତନ ଭାବରେ ସ୍ଥାପନ କରାଯାଇଥିଲା । ଶାଖାଟି ଏକ ଭଡା ଘରେ ଚାଲିଥିବା ବେଳେ ଶନିବାର ଓ ରବିବାର ବ୍ୟାଙ୍କ ଛୁଟିଥିଲା ।

ବ୍ୟାଙ୍କର ରେକର୍ଡ ରୁମରେ ଥିବା ଏସି କୁ ବନ୍ଦ କରିବା ପାଇଁ କର୍ମଚାରୀ ଭୁଲି ଯାଇ ବ୍ୟାଙ୍କ ବନ୍ଦ କରି ଚାଲିଯାଇଥିଲେ । ସୋମବାର ସକାଳୁ ସ୍ଥାନୀୟ ଲୋକେ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ଲୋକେ ଫିରିଙ୍ଗିଆ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାରୁ ଫିରିଙ୍ଗିଆ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟ ରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ତେବେ ବ୍ୟାଙ୍କ ର ରେକର୍ଡ ରୁମରେ ଲାଗିଥିବା ଏସି ରୁ ସର୍ଟ ସର୍କିଟ ହୋଇ ରେକର୍ଡ ରୁମ ରେ ଥିବା କାଗଜପତ୍ର ରେ ନିଆଁଲାଗି ଯାଇଥିଲା । ନିଆଁଲାଗିବା ପଛରେ ବ୍ୟାଙ୍କ କର୍ମଚାରୀ ଙ୍କ ଅବହେଳା କୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣା ସ୍ଥଳରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ର ଶାଖା ପ୍ରବନ୍ଧକ ପ୍ରଦୀପ କୁମାର ମେହେର ଙ୍କ ସହ ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର, ସ୍ଥାନୀୟ ପୋଲିସ କର୍ମଚାରୀ, ଗୋଛାପଡା ରେ ଥିବା ସ୍ୱେଚ୍ଛାସେବୀ ସଂଗଠନ ଆପଦ ମିତ୍ର ର କର୍ମକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ନିଆଁ ଲିଭାଇବା ପାଇଁ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking