18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶବାଂଲାଦେଶ :  ଡେଙ୍ଗୁରେ ୪୦୦ରୁ ଅଧିକ ମୃତ

ବାଂଲାଦେଶ :  ଡେଙ୍ଗୁରେ ୪୦୦ରୁ ଅଧିକ ମୃତ

ବାଂଲାଦେଶ: ଜଳବାୟୁ ପରିବର୍ତ୍ତନଜନିତ ତାପମାତ୍ରା ବୃଦ୍ଧି ଓ ଅସ୍ବାଭାବିକ ମୌସୁମୀ ଯୋଗୁଁ ୨୦୨୪ରେ ବାଂଲାଦେଶରେ ୪୦୦ରୁ ଅଧିକ ଡେଙ୍ଗୁଜନିତ ମୃତ୍ୟୁ ଘଟିଛି। ମଶାବାହିତ ସଂକ୍ରମଣ ପାଇଁ  ଦେଶରେ ଦେଖାଦେଇଥିବା ସ୍ବାସ୍ଥ୍ୟ ସଙ୍କଟ ଚିନ୍ତାର କାରଣ ପାଲଟିଛି।  ଏବେ  ୯୦ଟି ଦେଶରେ ସକ୍ରିୟ ଡେଙ୍ଗୁ ସଂକ୍ରମଣ ଦେଖିବାକୁ ମିଳିଥିବା ବେଳେ ଏ କ୍ଷେତ୍ରରେ ବାଂଲାଦେଶର ସ୍ଥିତି ଉଦ୍‌ବେଗଜନକ ରହିଛି ଏବଂ ଚଳିତ ବର୍ଷ ଏ ବାବଦ ମୃତ୍ୟୁସଂଖ୍ୟା ୪୦୭ ଛୁଇଁଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଏହା ସହିତ ୭୮,୫୯୫ ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତବର୍ଷ ବାଂଲାଦେଶରେ ଡେଙ୍ଗୁରେ ୧୭୦୫ ମୃତ୍ୟୁ ହୋଇଥିବାବେଳେ ୩ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ହୋଇଥିଲେ  । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ହସ୍ପିଟାଲରେ ଡେଙ୍ଗୁ ରୋଗୀ ଭର୍ତ୍ତି ଯୋଗୁଁ ସ୍ବାସ୍ଥ୍ୟସେବା ବିଗିଡିବାରେ ଲାଗିଛି  । ଲୋକଙ୍କୁ ମଶା ଦାଉରୁ ରକ୍ଷା ପାଇଁ ମଶାରୀ ଟାଙ୍ଗି ଶୋଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ  । ସେହିପରି ଆଖପାଖ ଅଞ୍ଚଳରେ ପାଣି ଜମା ନ ରଖିବାକୁ ଆଡଭାଇଜରୀ ଜାରି କରାଯାଇଛି  । ଗ୍ରାମାଞ୍ଚଳ ଲୋକେ ଠିକ୍ ସମୟରେ ଚିକିତ୍ସା ନ କରାଉ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା ସ୍ବାସ୍ଥ୍ୟ ବିଭାଗ କହିଛି  । ଗୁରୁତର ନ ହେବା ପର‌୍ୟ୍ୟନ୍ତ ରୋଗୀ ପରୀକ୍ଷା କରାଉ ନଥିବାରୁ ଏଭଲି ସମସ୍ୟା ଦେଖାଦେଇଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking