29.1 C
Bhubaneswar
Sunday, October 20, 2024
Homeଖେଳବାଂଲାଦେଶ କ୍ରିକେଟର୍ ନାସିର୍ ହୋସେନ୍ ଦୁଇବର୍ଷ ବ୍ୟାନ୍‌

ବାଂଲାଦେଶ କ୍ରିକେଟର୍ ନାସିର୍ ହୋସେନ୍ ଦୁଇବର୍ଷ ବ୍ୟାନ୍‌

ଦୁବାଇ: ବାଂଲାଦେଶ ଅଲ୍‌ରାଉଣ୍ଡର୍ ନାସିର୍ ହୋସେନ୍‌ଙ୍କୁ ଆଇସିସି ଦୁଇବର୍ଷ ପାଇଁ କ୍ରିକେଟ୍‌ର ସମସ୍ତ ଗତିବିଧିରୁ ବ୍ୟାନ୍ କରିଛି । ଏମିରେଟ୍ସ କ୍ରିକେଟ୍ ବୋର୍ଡ ଆଣ୍ଟି-କରପ୍‌ସନ୍ କୋଡ୍ ଉଲ୍ଲଂଘନର ତିନିଟି ଅଭିଯୋଗକୁ ସ୍ୱୀକାର କରିବା ପରେ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି । ଏହି ବ୍ୟାନ୍ ୨୦୨୫ ଏପ୍ରିଲ୍ ୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଏପ୍ରିଲ୍ ୭ ତାରିଖରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିପାରିବେ ।

ହୋସେନ୍‌ଙ୍କ ବିରୋଧରେ ଆଇସିସି ପକ୍ଷରୁ ୨୦୨୩ ସେପ୍ଟେମ୍ବରରେ ଏହି ଅଭିଯୋଗ ଅଣାଯାଇଥିଲା । ହୋସେନ୍‌ଙ୍କ ସମେତ ପୁଣେ ଡେଭିଲ୍ସ ଫ୍ରାଞ୍ଚାଇଜିର ୮ ଜଣଙ୍କ ବିରୋଧରେ ଆବୁଧାବି ଟି-୧୦ର ୨୦୨୦-୨୧ ସଂସ୍କରଣ ଅବସରରେ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା । ବାଂଲାଦେଶ ପକ୍ଷରୁ ୧୯ ଟେଷ୍ଟ୍‌, ୬୫ ଦିନିକିଆ ଏବଂ ୩୧ ଟି-୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିବା ହୋସେନ୍ ଶେଷଥର ପାଇଁ ୨୦୧୮ରେ ଖେଳିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking