ବ୍ୟାଙ୍କକ: ଥାଇଲାଣ୍ଡ ପୁଲିସ ମଙ୍ଗଳବାର ରାତିରେ ରାଜଧାନୀ ବ୍ୟାଙ୍କକ୍ସ୍ଥିତ କାରାଓକେ ବାର୍ରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପରେ ଚଢଉ କରି ପ୍ରାୟ ୨୦୦ ପର୍ଯ୍ୟଟକଙ୍କୁ ଅଟକ ରଖିଥିବା ଜଣାପଡିଛି । ଅଟକ ପର୍ଯ୍ୟଟକଙ୍କ ମଧ୍ୟରେ ଅଧିକାଂଶ ଚୀନ୍ ନାଗରିକ ଥିବା ପୁଲିସ ପକ୍ଷରୁ କୁହାଯାଇଛି । ପୁଲିସ ସେମାନଙ୍କର ପରିସ୍ରା ନମୁନା ପରୀକ୍ଷା କରିଥିବାବେଳେ ଅଭିଯୁକ୍ତମାନେ କେଟାମାଇନ୍, ଏମ୍ଡିଏମ୍ଏ, ମେଟାମ୍ଫେ।।ମାଇନ୍ ଓ ଡିଆଜପମ୍ ଭଳି ଡଗ୍ରସ୍ ସେବନ କରିଥିବାର ପ୍ରମାଣ ପାଇଛି ।