ବଲସାନ: ଦେଶର ସବୁଠୁ ଦ୍ରୁତଗାମୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଶନିବାର ପୁଣିଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନ୍ ମୁମ୍ବାଇରୁ ଗାନ୍ଧୀନଗର ଯାଉଥିବା ବଲସାଡ଼ ଜିଲ୍ଲାର ଅତୁଲ ଷ୍ଟେସନ୍ରେ ଟ୍ରେନ୍ ଆଗକୁ ଏକ ବଳଦ ଚାଲିଆସିବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏହା ଫଳରେ ଟ୍ରେନ୍ର ସାମ୍ନା ଅଂଶ ଭାଙ୍ଗିଯାଇଥିଲା । ତେବେ ଘଣଟାସ୍ଥଳରେ ୨୬ ମିନିଟ୍ ଅଟକି ରହିବା ପରେ ଏହା ପୁଣିଥରେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା । ଅକ୍ଟୋବରରେ ଏହି ଟ୍ରେନ୍ ଏହା ମଧ୍ୟରେ ତିନିଥର ଗୃହପାଳିତ ପଶୁଙ୍କ ସହିତ ଧକ୍କା ଲାଗିସାରିଲାଣି । ୨୨ ଦିନ ତଳେ ଅକ୍ଟୋବର ୭ ତାରିଖରେ ମୁମ୍ବାଇ ସେଣ୍ଟ୍ରାଲ୍-ଗାନ୍ଧୀନଗର ବନ୍ଦେଭାରତ ଏକ୍ସପ୍ରେସ୍ ଗାନ୍ଧୀନଗର ଯାଉଥିବା ବେଳେ ବଦୋଦରା ସେକ୍ସନ୍ର ଆନନ୍ଦ ଷ୍ଟେସନ୍ ନିକଟରେ ଗାଈ ସହ ଧକ୍କା ଲାଗିଥିଲା ।
ଫଳରେ ଟ୍ରେନ୍ର ଆଗ ଭାଗରେ ସାମାନ୍ୟ ଡେଣ୍ଟ୍ ଲାଗିଥିଲା । ତେବେ ୧୦ ମିନିଟ୍ ଅଟକିବା ପରେ ଟ୍ରେନ୍ ଯାତ୍ରାରମ୍ଭ କରିଥିଲା । ଅକ୍ଟୋବର ୬ ତାରିଖରେ ମଧ୍ୟ ଅହମ୍ମଦାବାଦ ଷ୍ଟେସନ୍ ନିକଟରେ ଟ୍ରେନ୍ ଏକ ମଇଁଷି ଗୋଠକୁ ଧକ୍କା ଦେଇଥିଲା । ଏଥିରେ ଟ୍ରେନ୍ର ଆଗ ଅଂଶ ଭାଙ୍ଗିଯାଇଥିଲା । ଟ୍ରାକ୍କୁ ମଇଁଷି ଶବ ହଟାଇବା ପରେ ଟ୍ରେନ୍କୁ ଆଗକୁ ବଢ଼ିଥିଲା । ରେଳ ସୁରକ୍ଷା ବଳ ମଇଁଷି ମାମଲିକ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲା । ସେହିପରି ଅକ୍ଟୋବର ୮ ତାରିଖରେ ଦିଲ୍ଲୀରୁ ବାରାଣସୀ ଯାଉଥିବା ବନ୍ଦେଭାରତ ଏକ୍ସପ୍ରେସ୍ ଅନାଚକ ଖରାପ ହୋଇଯାଇଥିଲା । ସୂଚନା ଅନୁସାରେ ଟେକ୍ନିକାଲ୍ ଫଲ୍ଟ ଯୋଗୁଁ ଟ୍ରେନ୍ର ଚକା ଜାମ୍ ହୋଇଯାଇଥିଲା । ଏହି କାରଣରୁ ଟ୍ରେନ୍କୁ ଖୁର୍ଜା ଷ୍ଟେସନ୍ରେ ପ୍ରାୟ ୫ ଘଣ୍ଟା ଅଟକିବାକୁ ପଡ଼ିଥିଲା ଏବଂ ଯାତ୍ରୀମାନଙ୍କୁ ଶତାବ୍ଦୀ ଏକ୍ସପ୍ରେସ୍ରେ ପଠାଯାଇଥିଲା ।