17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶସିଗାରେଟ୍ ବିକ୍ରି ଉପରେ ଲାଗିବ ବ୍ୟାନ! ଏଣିକି ମିଳିବନି ଖୋଲା ସିଗାରେଟ୍‌

ସିଗାରେଟ୍ ବିକ୍ରି ଉପରେ ଲାଗିବ ବ୍ୟାନ! ଏଣିକି ମିଳିବନି ଖୋଲା ସିଗାରେଟ୍‌

ନୂଆଦିଲ୍ଲୀ: ଏଣିକି ଆଉ ଖୋଲାରେ ମିଳିବନି ସିଗାରେଟ୍ । ଷ୍ଟାଣ୍ଡିଂ କମିଟିର ସୁପାରିଶ ପରେ ସଂସଦରେ ଏନେଇ ପ୍ରସ୍ତାବ ଆଗତ କରାଯିବ । ସଂସଦରେ ପାରିତ ହେବା ପରେ ଖୋଲାରେ ସିଗାରେଟ୍ ବିକ୍ରି ଉପରେ ଲାଗିପାରେ ପ୍ରତିବନ୍ଧକ । ଏନେଇ ଗ୍ରୀନ୍ ସିଗ୍‌ନାଲ ମଧ୍ୟ ମିଳିସାରିଛି । ଖୋଲାରେ ସିଗାରେଟ୍ ମିଳିବନି ଅର୍ଥାତ୍ ଏଣିକି କୌଣସି ଦୋକାନୀ ଗୋଟିକିଆ ସିଗାରେଟ୍ ବିକ୍ରି କରିପାରିବେ ନାହିଁ । ଯିଏ ବି କିଣିବେ ବା ବିକିବେ ଏକାଥରକେ ଫୁଲ୍ ପ୍ୟାକେଟ୍ । ରିପୋର୍ଟ ଅନୁସାରେ, ସଂସଦର ଷ୍ଟାଣ୍ଡିଂ କମିଟି ଟବାକୋ ବ୍ୟବହାର କମ୍ କରିବା ପାଇଁ ଖୁବ୍‌ଶୀଘ୍ର ଏଭଳି ଏକ ପ୍ରସ୍ତାବ ରଖିବାକୁ ଯାଉଛି । ଏଥିରେ ଗୋଟିକିଆ ସିଗାରେଟ୍ ବିକ୍ରି ଏବଂ ଉତ୍ପାଦନ ଉପରେ ରୋକ ଲାଗିବାର ସମ୍ଭାବନା ରହିଛି ।

ସିଗାରେଟ୍ ସ୍ମୋକିଂ ଦ୍ୱାରା ଶରୀର ଭିତରକୁ ଅଧିକ ଟବାକୋ ଯାଉଛି । ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନୀକାରକ । ତେବେ ଷ୍ଟାଣ୍ଡିଂ କମିଟିର ଏଭଳି ପ୍ରସ୍ତାବ ଦ୍ୱାରା ଟବାକୋ ବ୍ୟବହାର ଅପେକ୍ଷାକୃତ କମ୍ ହେବ ବୋଲି ଆଶା କରାଯାଉଛି । ପ୍ରାୟ ତିନି ବର୍ଷ ପୂର୍ବରୁ ଇ-ସିଗାରେଟ୍ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇସାରିଛନ୍ତି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ବର୍ତ୍ତମାନର ଟିକସ ନିୟମ ଅନୁଯାୟୀ, ଭାରତ ସରକାର ସିଗାରେଟ୍ ଉପରେ ୫୩ ପ୍ରତିଶତ ଜିଏସ୍‌ଟି ନେଉଛନ୍ତି । ୨୨ ପ୍ରତିଶତ ଜିଏସ୍‌ଟି ବିଡ଼ି ପରେ ନେଉଛନ୍ତି । ଖାଲି ସେତିକି ନୁହେଁ ସ୍ମୋକ୍ ଲେସ୍ ଟବାକୋ ଉପରେ ୬୦ ପ୍ରତିଶତ ଜିଲସ୍‌ଟି ନେଉଛନ୍ତି ଭାରତ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking