28.1 C
Bhubaneswar
Monday, November 18, 2024
Homeଓଡିଶାବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ଆସିଲା ଛାତି ଥରାଇଲା ଭଳି ଦୃଶ୍ୟ

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ଆସିଲା ଛାତି ଥରାଇଲା ଭଳି ଦୃଶ୍ୟ

ବାଲେଶ୍ୱର : ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ଆସିଲା ଛାତି ଥରାଇଲା ଭଳି ଦୃଶ୍ୟ । ରାସ୍ତା ଉପରେ ପଡ଼ିଛି ନବଜାତ ଶିଶୁଙ୍କ ମୃତଦେହ । କୁକୁର ଝୁଣୁଛନ୍ତି ନବଜାତଙ୍କ ମୃତଦେହ । ଏଣେତେଣ ବିକ୍ଷୀପ୍ତ ଅବସ୍ଥାରେ ପଡ଼ିଛି ଏହି ମୃତଦେହ । ଯାହା ଦେଖିବା ଓ ଦେଖାଇବା ମୁସକିଲ୍ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ । ଯେଉଁଠି ଆଜି ସକାଳେ ଏଭଳି କିଛି ବିଚଳିତ କଲା ଭଳି ଘଟଣା ଘଟିଛି । ବର୍ଷା ହେବା ଯୋଗୁଁ ରାସ୍ତା ଉପରକୁ ଭାସି ଆସିଛି ନବଜାତଙ୍କ ମୃତଦେହ । ଆଉ ବୁଲା କୁକୁର ଏହାକୁ ଝୁଣୁଛନ୍ତି । ତେବେ ଏଠି ନବଜାତ ଶିଶୁଙ୍କର ମୃତଦେହ କିପରି ଆସିଲା ସେ ସମ୍ପର୍କରେ ଜଣାପଡ଼ି ନାହିଁ । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି । ମେଡିକାଲ୍ ସମ୍ମୁଖରେ ଏଭଳି ଘଟଣା ସମ୍ପର୍କରେ ସେ ଖବର ପାଇଛନ୍ତି । ଏସମ୍ପର୍କରେ ଅନୁସନ୍ଧାନ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି । ତେବେ ବାଲେଶ୍ୱରରେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି । କାରଣ କେଉଁ ପରିସ୍ଥିତିରେ ଓ କିଏ ଏହି ଘଟଣା ପାଇଁ ଦାୟୀ ସେନେଇ ତଦନ୍ତ ହେବା ଦରକାର ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking