27.1 C
Bhubaneswar
Sunday, September 8, 2024
Homeଓଡିଶାବଲାଙ୍ଗିର ଲୋୟର୍ ସୁକତେଲ୍ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ଗିରଫ; ଆୟଠାରୁ ୨୫୭% ଅଧିକ ସମ୍ପତ୍ତି ଠାବ କରିଛି...

ବଲାଙ୍ଗିର ଲୋୟର୍ ସୁକତେଲ୍ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ଗିରଫ; ଆୟଠାରୁ ୨୫୭% ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ

ଭୁବନେଶ୍ୱର:  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଲୋୟର୍ ସୁକତେଲ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଗୁରୁବାର ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ଓଡ଼ିଶା ଭିଜିଲାନ୍ସର ୯ଟି ଟିମ୍ । ଏହା ପରେ ଖୋଲିଥିଲା ଯନ୍ତ୍ରୀ ସୁନିଲ ରାଉତଙ୍କ କଳା ଚିଠା । ରାଜ୍ୟ ଏବଂ ରାଜ୍ୟ ବାହାରେଥିବା ସମସ୍ତ ସମ୍ପତ୍ତିର ହିସାବ କଲାବେଳକୁ ଭିଜିଲାନ୍ସ ଅଧିକାରୀ ମଧ୍ୟ ତାଜୁବ୍ ହୋଇଯାଇଥିଲେ । ସୁନିଲଙ୍କ ଆୟର ଉତ୍ସଠାରୁ ୨୫୭% ଊର୍ଦ୍ଧ୍ୱ ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଛି । ତାଙ୍କ ଠାରୁ ଜବତ ହୋଇଥିବା ସମ୍ପତ୍ତିର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ସୁନୀଲ କୁମାର ରାଉତଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହେବା ପରେ ୨୫ ଓ ୨୬ ତିରଖ ଦୁଇ ଦିନ ଭିଜିଲାନ୍ସ ତାଙ୍କର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ଉକ୍ତ ଚଢ଼ଉ  ଦ୍ୱାରା ଭିଜିଲାନ୍ସ ହାତରେ ଶ୍ରୀ ରାଉତଙ୍କ ଭୁବନେଶ୍ୱର ନୀଳାଦ୍ରି ବିହାରରେ ଥିବା ୩ ମହଲା କୋଠା, ନୟାପଲ୍ଲୀର ନୀଳକଣ୍ଠ ନଗରରେ ଥିବା ୨ ମହଲା କୋଠା, ଉତ୍ତର ପ୍ରଦେଶ ମଥୁରାରେ ଥିବା ଏକ ୧- ବିଏଚ୍‌କେ ଫ୍ଲାଟ, ସେହିଭଳି ପୁରୀର ଦୋଳମଣ୍ଡପ ସାହିସ୍ଥିତ ଶ୍ରୀକ୍ଷେତ୍ର ଭକ୍ତ ନିବାସରେ ଏକ ୨- ବିଏଚ୍‌କେ ଫ୍ଲାଟ୍ ସମେତ ପୁରୀର ଭିଆଇପି ରୋଡ୍‌ସ୍ଥିତ କୃଷ୍ଣଧାମ ଆପାର୍ଟମେଣ୍ଟରେ ଗୋଟିଏ ୧- ବିଏଚ୍‌କେ ଫ୍ଲାଟ, ଢେଙ୍କାନାଳ ଜିଲ୍ଲା ସପ୍ତସଯ୍ୟା ଠାରେ ଥିବା ୮ ଏକର ବିଶିଷ୍ଠ ଫାର୍ମ ହାଉସ ଠାବ ହୋଇଛି । ଫାର୍ମ ହାଉସ୍‌ରେ ଗୋଟାଏ ୨ ମହଲା କୋଠା ଓ ସେଠାରେ ୧୦୦୦ କୁକୁଡା ଏବଂ ବତକ ଚାଷ ହେଉଥିବା ବେଳେ ୭୦ ଗାଈ ରହିଛନ୍ତି । ସେହିଭଳି ସୁନୀଲଙ୍କର ଭୁବନେଶ୍ୱରର ୫ଟି ମୁଖ୍ୟ ସ୍ଥାନରେ ପ୍ଲଟ୍‌ଥିବା ବେଳେ, ପୁରୀରେ ୩ଟି, କଟକ ୧୯ଟି  ଓ ଢେଙ୍କାନାଳରେ ବିଭିନ୍ନ ସ୍ଥାନରେ ୭ଟି ପ୍ଲଟ୍ ରହିଛି । ଏହା ସହ ତାଙ୍କ ନାମରେ ଥିବା ୩୪ଟି ପ୍ଲଟ୍ ଭିଜିଲାନ୍ସ ଠାବ କରିଛି । ଏତତ୍ ବ୍ୟତିତ ବିଭିନ୍ନ ଘରୋଇ ଇନସୁର‌୍ୟାନ୍ସ କମ୍ପାନିରେ ୧.୮୬ କୋଟିର ଡିପୋଜିଟ୍ ସହ ବ୍ୟାଙ୍କ ଡୋପୋଜିଟ୍ ୯୮.୧୧ ଲକ୍ଷ ରହିଛି । ଏହା ସହିତ ଏକ ଟ୍ରକ୍‌, ୨ଟି ବେନାମି ଚାରିଚକିଆ ଯାନ(ମହିନ୍ଦ୍ରା ଥାର୍ ଓ ହୁଣ୍ଡାଇ କ୍ରେଟା) ଯାହାର ମୂଲ୍ୟ ୩୭ ଲକ୍ଷ  ୩୬ ହଜାର ଟଙ୍କା  ଓ ୪ଟି ବାଇକ୍ ଏବଂ ୧୫ ଲକ୍ଷ ଟଙ୍କାର ଗୃହଉପକରଣ ଭିଜିଲାନ୍ସ ହାତରେ ଲାଗିଛି । ତାଙ୍କ ଘରୁ ଆନୁମାନିକ ଏକ କିଲୋ ଗ୍ରାମ୍ ସୁନା ଅଳଙ୍କାର, ଅନୁମାନିକ ୫୦୦ ଗ୍ରାମ୍ ରୁପା ଅଳଙ୍କାର ଓ ନଗଦ ୨ ଲକ୍ଷ ୩୪ ହଜାର ୧୨୦ ଟଙ୍କା ଜବତ କରିଛି ଭିଜିଲାନ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking