ବଲାଙ୍ଗିର : ସ୍ଥାନୀୟ ପଲ୍ଲିଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଡୁଡୁକା ଠାରେ ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ମଞ୍ଜୁଲତା ଭୋଇଙ୍କ ଅଧ୍ୟକ୍ଷତାରେ ଆଗଲପୁର ବ୍ଲକ ସ୍ତରୀୟ ବିଜ୍ଞାନ କର୍ମଶାଳ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଏବିଡିଓ ଆରୁଣୀ ମହାନନ୍ଦ, ବ୍ଲକ ବିଜ୍ଞାନ ସଂଯୋଜକ ତାରାକାନ୍ତ ମିଶ୍ର, ଜିଲ୍ଲା ମାର୍ଗଦର୍ଶକ ସନାତନ ଠାକୁର, ସ୍ଥାନୀୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ସାହୁ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୫୮ ବଷୟ ପାଇଁ ଭାଗବତିଆ ସାହୁ, ଦିଲିପ କୁମାର ପାଠୀ, ତାରାକାନ୍ତ ମିଶ୍ର, ଜଗଦାନନ୍ଦ ବିଶ୍ୱାଲ, କ୍ଷୀରୋଦ୍ର ସାହୁ, ଦିଲିପ ପଧାନ । ବିଜ୍ଞାନ ମେଳା, ସେମିନାର ଓ ଇନ୍ସପାୟାର ଆୱାର୍ଡ ପାଇଁ ମାର୍ଗ ଦର୍ଶନ କରିଥିଲେ । ବ୍ଲକର ସମସ୍ତ ସିଆରସିସି ମଧ୍ୟ ଉପସ୍ଥିତ ରହି ଆଗାମୀ ଦିନରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାକୁ ସଫଳତା କରିବା ପାଇଁ ଆଲୋଚନା କରିଥିଲେ । ବ୍ଲକର ବିଜ୍ଞାନମେଳା ର ସଂଖ୍ୟା ଓ ଗୁଣବତ୍ତା ବୃଦ୍ଧି କରିବା ପାଇଁ ଶେଷରେ ମାର୍ଗଦର୍ଶକ ସନାତନ ଠାକୁର ମହାଶୟ ଉପସ୍ଥାପନ କରିଥିଲେ । ୨ୟ ପର୍ଯ୍ୟାୟରେ ନଅଗାଁ (ଖ), ଆଗଲପୁର, ଡୁଡୁକା, ସାଲେଭଟା, ବକଟୀ ଓ କୁଟାସିଂହା କ୍ଲଷ୍ଟରର ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ । ବିଇଓ ସୁଶ୍ରୀ ମଞ୍ଜୁଲତା ଭୋଇ ବ୍ଲକର ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ପ୍ରତି ସ୍କୁଲର ଉନ୍ନତଧରଣର ବିଜ୍ଞାନ ପ୍ରକଳ୍ପ ଆଣିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ତାରାକାନ୍ତ ମିଶ୍ର ସଂଯୋଜନା କରିଥିଲେ । ଶେଷରେ ସିଆରସିସି ଜ୍ୟୋତିର୍ମୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।