27.1 C
Bhubaneswar
Saturday, December 13, 2025
Homeଓଡିଶାବଳଙ୍ଗା ଥାନା ଘେରିଲା ବିଜେଡି

ବଳଙ୍ଗା ଥାନା ଘେରିଲା ବିଜେଡି

 ପିପିଲି: ବଳଙ୍ଗା ଥାନା ଘେରାଉ କଲା ବିଜେଡିା ପୁଲିସ ଛାଉଣିରେ ବଳଙ୍ଗା ଥାନା । ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏହାରି ଭିତରେ ଗତକାଲି ରାତିରେ ଏମ୍ସ ପରିସରରେ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ନାରାବାଜି ସହ ମୁହାଁମୁହିଁ ହୋଇଥିଲେ ୩ ଦଳର କର୍ମୀ । ତାଳି ମାରି ବିରୋଧ ପ୍ରଦର୍ଶନ କରିଥିଲେ ବିଜେଡି, ବାମପନ୍ଥୀ ଦଳ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ । କଂଗ୍ରେସ ପକ୍ଷରୁ ବି ପ୍ରତିବାଦ କରାଯାଇଛି ।  ଏମ୍ସ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଶନିବାର ରାତିରୁ ଏମ୍ସ ବର୍ଣ୍ଣ ସେଣ୍ଟର ଓ ଏହାର ଚାରିପାଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଏନଏସ ୧୬୩ ଧାରା ଜାରି କରାଯାଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking